ମହିଳା ଟ୍ରାଫିକ୍ କର୍ମଚାରୀ ଦେଖାଇଲେ ମହାନତା,ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଯୋଗାଇଲେ ଚିକିତ୍ସା

ଭୁବନେଶ୍ୱର:- ମହିଳା ଟ୍ରାଫିକ୍ କର୍ମଚାରୀ ଦେଖାଇଲେ ମହାନତା । ଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସଠିକ ସମୟରେ ଯୋଗାଇଲେ ଚିକିତ୍ସା । ଯାହାଫଳରେର ବ୍ୟକ୍ତି ଜଣଙ୍କ ଗୁରୁତର ଆହତରୁ ବର୍ତ୍ତି ଯାଇଛନ୍ତି । ମହିଳା ଟ୍ରାଫିକ୍ କନ୍‌ଷ୍ଟେବଳଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରି ଟ୍ୱିଟ୍ କରିଛନ୍ତି ଟ୍ରାଫିକ୍ ଡିସିପି । ଚିକିତ୍ସା କରିଥିବା କନ୍‌ଷ୍ଟେବଳ ହେଲେ ସନ୍ତୋଷୀ ମଲ୍ଲିକ । ଏଭଳି ଘଟଣା ରାଜଧାନୀର ଜନବହୁଳ ଛକ ନାଲକୋ ଛକରେ ଦେଖିବାକୁ ମିଳିଛି ।
ନାଲକୋ ଛକରେ ଗତକାଲି ଟ୍ରାଫିକ୍ ଭିଡ଼ ରହିଥିଲା । ଏହି ସମୟରେ ଏକ ଗାଡି ଆହତ ହୋଇଥିବା ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ବୃଦ୍ଧ ଜଣଙ୍କ ସେଠାରେ ପଡ଼ି ଯିବା ଫଳରେ ତାଙ୍କ ମୁଣ୍ଡ ମାଡ଼ ହୋଇ ରକ୍ତଶ୍ରାବ ହେଉଥିଲା । ସେଠାରେ ଡ୍ୟୁଟି କରୁଥିବା ସନ୍ତୋଷୀ ବୃଦ୍ଧଙ୍କୁ ଆହତ ଅବସ୍ଥାରେ ଦେଖି ସହି ପାରିନଥିଲେ । ସେ ତୁରନ୍ତ ନିଜ କାର୍ଯ୍ୟ ଛାଡ଼ି ଆହତ ବ୍ୟକ୍ତିଙ୍କ ମୁଣ୍ଡରେ ଲାଗିଥିବା ରକ୍ତ ଗୁଡିକୁ ସଫା କରି ଗଜ୍ କପଡ଼ା ବାନ୍ଧି ଦେଇଥିଲେ । ଅତି ଯତ୍ନର ସହିତ ସେ ଆହତ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିଥିଲେ । ପରେ ଆମ୍ବୁଲାନ୍ସ ଡକାଇ ହସ୍ପିଟାଲକୁ ପଠାଇଥିଲେ । ଏବେ ମହିଳା ଟ୍ରାଫିକ୍ କନ୍‌ଷ୍ଟେବଳଙ୍କ ଏଭଳି କାର୍ଯ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ଭିଡ଼ିଓ ଦେଖି ଅନେକ ଲୋକେ ଟ୍ରାଫିକ୍ କନ୍‌ଷ୍ଟେବଳଙ୍କୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *