୨ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲା; କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେରେ ହାଜର ହେଲେ ଋଷୀୟ ଦମ୍ପତି

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେରେ ହାଜର ହେଲେ ଋଷୀୟ ଦମ୍ପତି । ରାୟଗଡାରେ ଦୁଇ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ହାଜର ହୋଇଛନ୍ତି ଋଷୀୟ ଦମ୍ପତ୍ତି । ସାଙ୍ଗରେ ଗାଇଡ ଜିତେନ୍ଦ୍ର ସିଂ ବି ଇଓଡବ୍ଲୁରେ ହାଜର ହୋଇଛନ୍ତି । ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଆଜି ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି ସୁନୀଲ ବଂଶଲ । ସେପଟେ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ସ୍ଥିତ ଋଷୀୟ ଦୂତାବାସ ।

ଏହି ଘଟଣା କୌଣସି ଷଡଯନ୍ତ୍ର ନଥିବା ପୋଲିସ ତଦନ୍ତରୁ ଜଣାପଡିଛି । କୋଲକାତା ସ୍ଥିତ କନସୁଲେଟ୍ ଜେନେରାଲ ଅଫ ଋଷୀୟା ରାୟଗଡା ପୋଲିସ ସହ ଯୋଗଯୋଗରେ ଅଛନ୍ତି । ରାୟଗଡା ସ୍ଥିତ ଗୋଟିଏ ହୋଟେଲରେ ଦୁଇ ଦିନ ବ୍ୟବଧାନରେ ଦୁଇ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ହୋଇଥିଲା । ଗତ ୨୧ ତାରିଖରେ ରାୟଗଡ଼ାର ଏକ ହୋଟେଲରେ ରହିବା ପାଇଁ ଆସିଥିଲେ ୪ ଜଣ ଋଷୀୟ ପର୍ଯ୍ୟଟକ ।

ଭ୍ଲାଦିମର ବିଦାନୋଭଙ୍କର ଗତ ୨୨ତାରିଖରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ବନ୍ଧୁ ମୃତ୍ୟୁରେ ଦୁଃଖି ହୋଇ ୨୪ ତାରିଖରେ ଆଉ ଜଣେ ଋଷୀୟ ପର୍ଯ୍ୟଟକ ଆଣ୍ଟୋଭ ପାଭେଲ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୃତ ଆଣ୍ଟୋଭ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଛି । ଗତ ଜୁନରେ ୟୁକ୍ରେନ ଯୁଦ୍ଧକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ଆଣ୍ଟୋଭ ।

Leave a Reply

Your email address will not be published. Required fields are marked *