ବିଏମ୍‌ସି ଠିକା କର୍ମଚାରୀଙ୍କୁ ଆକ୍ରମଣ କରି କଲେ ଲହୁଲୁହାଣ , ଘରେ ପଶି ଫ୍ରିଜ୍‌, ବାଇକ୍ ଭଙ୍ଗାରୁଜା

ଭୁବନେଶ୍ୱର :-  ଗତକାଲି ବିଳମ୍ବିତ ରାତିରେ ବିଏମ୍‌ସିରେ ସୁପରଭାଇଜର କାର୍ଯ୍ୟକରୁଥିବା ଜଣେ ଠିକା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଆକ୍ରମଣରେ ଠିକା କର୍ମଚାରୀ ଇନ୍ଦ୍ରଜିତ ନାୟକ(୪୦) ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଇନ୍ଦ୍ରଜିତ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏହାକୁ ସମାଧାନ କରିବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁସାରେ, ଇନ୍ଦ୍ରଜିତ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ବ୍ରାଉନ୍ ସୁଗର ଖାଉଥିବା କିଛି ଯୁବକଙ୍କ ହାବୁଡ଼ରେ ପଡି ଯାଇଥିଲେ । ସେମାନେ ତାଙ୍କ ବାଇକ୍ ଅଟକାଇ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ଏପରିିକ ସେମାନେ ଇନ୍ଦ୍ରଜିତ୍‌ଙ୍କ ମୋବାଇଲ, ପର୍ସ ଓ ବାଇକ୍ ଛଡ଼ାଇ ନେଇଥିଲେ । ଏଭଳି କଣ ପାଇ କରୁଛ ନିଶା ଖାଇକି ବୋଲି ଇନ୍ଦ୍ରଜିତ ସେମାନଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ନିଶାରେ ଚୁର ଥିବା ୬ଜଣ ଯୁବକ ତାଙ୍କୁ ମାଡ଼ ମାରି ରକ୍ତାତ ଅବସ୍ଥାରେ ଡ୍ରେନ୍‌ରେ ପକାଇ ଦେଇଥିଲେ । ଏହାପରେ କଣ ପାଇଁ ବିରୋଧ କରିଲୁ ବୋଲି କହି ତାଙ୍କ ଘରେ ପଶି ଫ୍ରିଜ୍ ଏବଂ ଅନ୍ୟାନ୍ ସାମଗ୍ରୀ ଭଙ୍ଗାରୁଜା କରିଥିଲେ । ହେଲେ କୌଣସି ମତେ ଇନ୍ଦ୍ରଜିତ ଗାଁ ଲୋକଙ୍କୁ ଖବର ଦେବା ପରେ ସେମାନେ ଆସି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଖୋଜାଖୋଜି କରିବା ପରେ ୪ଜଣଙ୍କୁ ଧରି ଥାନାରେ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *