ଚୀନରେ କୋଲ୍ଡ ଷ୍ଟୋରେଜରେ ମାଳ ମାଳ ଶବ,

ଚୀନ:- ପୋକ ମାଛି ପରି ଲୋକମାନେ ମୃତ୍ୟୁବରଣ କରିବେ । ଅନ୍ତିମ ସଂସ୍କାର ପାଇଁ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡିବ । କମ ପଡିବ ଶ୍ମଶାନ ଘର । ଏକଥା ହୁଏ କେହି କେବେ କୌଣସି ବହିରେ ପଡିଥିବେ କି ସିରିୟଲ, ସିନେମା କିମ୍ବା କୌଣସି କାଳ୍ପନିକ କାହାଣୀରେ ଦେଖିଥିବେ । କିନ୍ତୁ କେହି କେବେ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ ଯେ ସତରେ ଦିନେ ଏମିତି ଘଟିବ । ମୃତ୍ୟୁର ତାଣ୍ଡବ କଣ? ପ୍ରଳୟ କାହାକୁ କୁହାଯାଏ? କେମିତି ଆଖି ପଲକରେ ଜୀବନ ଚାଲିଯାଏ? କିଭଳ ନିଜ ସର୍ମ୍ପକୀୟଙ୍କଠୁ କ୍ଷଣିକରେ ସବୁଦିନ ପାଇଁ ଅଲଗା ହେବାକୁ ପଡେ, ସେକଥା ବର୍ତମାନ ଚୀନବାସୀଙ୍କଠୁ ଅଧିକ ଭଲଭାବେ କେହି ବୁଝି ପାରୁନଥିବେ । ୨୦୨୨ ସରିବା ବେଳକୁ ଚୀନରେ କରୋନା ଏଭଳି ତାଣ୍ଡବ କରୁଛି ଯେ ସାରା ବିଶ୍ୱ ଆଶ୍ଚଯ୍ୟ ଚକିତ ଓ ହତବାକ ହୋଇପଡିଛି । ଚୀନରେ କରୋନାର ତାଣ୍ଡବ ଥମିବାର ନାଁ ନେଉନାହିଁ । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ କହୁଛି ଚୀନରେ ଦୌନିକ ସଂକ୍ରମଣ ଏବେ ୧୦ଲକ୍ଷ ରହିଛି ଓ ମୃତ୍ୟୁ ସଂଖ୍ୟା ୫ହଜାର ଛୁଇଁଲାଣି । ଥରେ ଚିନ୍ତା କରୁନ୍ତୁ ସେଠାକାର ସ୍ଥିତି ଯେ କେତେ ଭୟାବହ ହୋଇଥିବ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ଯେ ଆଗାମୀ ଦିନରେ ଚୀନରେ ରେକର୍ଡସ୍ତରରେ ସଂକ୍ରମଣ ଚିହ୍ନଟ ହେବେ । ଜାନୁଆରୀ ମାସ ମଧ୍ୟଭାଗରେ ଦୈନିକ ସଂକ୍ରମଣ ୩୭ ଲକ୍ଷ ଓ ଫେବୃଆରୀ ମାସରେ ୪୭ଲକ୍ଷ ଛୁଇଁପାରେ । ଚାଇନିଜ୍ ସେଂଟର ଫର ଡିଜିଜ୍ ଆଣ୍ଡ ପ୍ରିଭେନସନ୍ ସୂଚନା ଦେଇଛି ଯେ ଦେଶରେ କରୋନା ସଂକ୍ରମଣ ମାମଲା ନୂଆ ରେକର୍ଡ ଛୁଇଁ ସାରିଛି ।ଗୋଟେ ପଟେ ଚୀନରେ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି । ଅନ୍ୟପଟେ ସେଠାକାର ସ୍ୱାସ୍ଥ୍ୟ ସେବା ବ୍ୟାହତ ହୋଇପଡିଛି । ହସପିଟାଲରେ ମିଳୁନି ବେଡ, ଔଷଧଠୁ ନେଇ ଅତ୍ୟାବଶକୀୟ ଚିକିତ୍ସା ସାମଗ୍ରୀ । ଅକ୍ସିଜେନର ଘୋର ଅଭାବ ରହିଛି । ମୃତ୍ୟୁ ଓ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଚୀନ ସରକାର କିନ୍ତୁ ସତ ଲୁଚାଇ ଭୁଲ ତଥ୍ୟ ଦେଉଥିବା କୁହାଯାଉଛି । ସବୁଠୁ ଆଶ୍ଚଯ୍ୟର କଥା ହେଉଛି ଚୀନ ସରକାର କରୋନାକୁ ସାମାନ୍ୟ ଫ୍ଲୁ କହିବା ସହ ଥଣ୍ଡାଜର ଔଷଧ ଖାଇବାକୁ ପରାମର୍ଶ ଦେଉଛନ୍ତି

Leave a Reply

Your email address will not be published. Required fields are marked *