ଅର୍ଚ୍ଚନା ବ୍ଲାକମେଲିଂ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ଡିଜିଟାଲ ରିପୋର୍ଟ ଦେଲା ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍‌

ଭୁବନେଶ୍ୱର:- ଅର୍ଚ୍ଚନା ବ୍ଲାକ୍‌ମେଲିଂ ମାମଲାରେ ଆସିଲା ଦ୍ୱିତୀୟ ପର୍ଯ୍ୟାୟ ଡିଜିଟାଲ ରିପୋର୍ଟ । ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍ ପକ୍ଷରୁ ଖଣ୍ଡଗିରି ଥାନା ପୁଲିସ, ଡିସିପି, ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳ) ଏବଂ କୋର୍ଟକୁ ରିପୋର୍ଟ ଦେଇଛି । ଏଥିରେ ଅନେକ ତଥ୍ୟ ରହିଛି । ଅର୍ଚ୍ଚନା ଏବଂ ନାଗ ଦମ୍ପତ୍ତି ମୋବାଇଲ୍‌, ଲାପଟପ ଏବଂ ପେନ୍‌ଡ୍ରାଇଭରୁ ଡିଲିଟ୍ ହୋଇଥିବା ତଥ୍ୟ ରିକଭରୀ କରାଯାଇଛି । ଏଥିରେ ଅର୍ଚ୍ଚନା କାହାକୁ ଫୋନ୍ କଲ୍ କରିଥିଲେ, ତାହାର ଡାଟା ମଧ୍ୟ ରହିଛି । ଆହୁରି ମଧ୍ୟ ଅନେକ ଫଟୋ ଏବଂ ଚାଟିଂ ମଧ୍ୟ ରହିଛି । ଅର୍ଚ୍ଚନା ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ହ୍ୱାଟ୍ସଆପ୍‌ରେ କଥା ହେବାର ଭିଡ଼ିଓ କଲିଂ ଏବଂ ଚାଟିଂର ରିପାର୍ଟ ଆସିଛି । ବଡ଼ କଥା ହେଲା ତାଙ୍କ ଘରର ସିସିଟିଭି ଫୁଟେଜର ତଥ୍ୟ ରହିଥିବା ଇଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତାଙ୍କ ଘରକୁ ଗତ ୩ ମାସ ଧରି କିଏ କିଏ ଆସୁଥିଲେ । ଏବଂ କେଉଁମାନଙ୍କ ସହ ଅର୍ଚ୍ଚନା ସମୟ ବିତାଉଥିଲେ ତାହା ସିସିଟିଭି ଫୁଟେଜ୍‌ରୁ ଜଣାପଡିଛି । ଏହି ରିପୋର୍ଟ ଆଧାରରେ ଇଡି ଜଗବନ୍ଧୁ ଚାନ୍ଦଙ୍କୁ ପଚରାଉଚରା କରିଥିଲା । ହେଲେ ସେ ଏନେ କିଛିବି ପାଟି ଖୋଲିନଥିବା ଜଣାପଡ଼ିଛି । ଦୁଇଟି ପର୍ଯ୍ୟାୟରେ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ନିିକଟରୁ ଇଲୋଟ୍ରୋନିକ ସାମଗ୍ରୀ ଜବତ କରାଯାଇଥିଲା । ମୋବାଇଲ୍‌, ଲାପଟପ୍ ଏବଂ ପେନ୍‌ଡ୍ରାଇଭ ନାଗ ଦମ୍ପତ୍ତିଙ୍କ ଠାରୁ ଜବତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍ ରିପୋର୍ଟ ଦେଇଥିଲେ । ହେଲେ ସେଥିରେ କିଛି ତଥ୍ୟ ନଥିଲା । ତେଣୁ ପୁଣି ଥରେ ଇଡି ଚିଠି ଲେଖିବା ପରେ ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍ ଦ୍ୱିତୀୟ ପର୍ଯ୍ୟାୟରେ ଏହି ତଥ୍ୟ ପ୍ରଦାନ କରିଛି ।
ଆଜି ଜଗବନ୍ଧୁଙ୍କ ଦ୍ୱିତୀୟ ପର୍ଯ୍ୟାୟରେ ୩ଦିନିଆ ରିମାଣ୍ଡ ଶେଷ ହେବ ପରେ ଇଡି ପକ୍ଷରୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟେ ହାଜର କରାଯିବା ପରେ କଡା ସୁରକ୍ଷାରେ ଇଡି ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦେଇଛି । ଆଗାମୀ ୨ତାରିଖ ପର୍ଯ୍ୟନ୍ତ ସେ ବିଚାରବିଭାଗୀୟ ହାଜତରେ ରହିବେ ବୋଲି ତାଙ୍କ ଓକିଲ କହିଛନ୍ତି । ଜଗବନ୍ଧୁ ଜେଲ୍‌କୁ ଯିବା ସମୟରେ ଗଣ ମାଧ୍ୟମ ପ୍ରତିନିଧି ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ । ହେଲେ ଜଗବନ୍ଧୁ କିଛି ପାଟି ନଖୋଲି ହାତ ଯୋଡ଼ି ମୁରୁକି ହସି ଦେଇ ଚାଲିଯାଇଥିଲେ ।

Leave a Reply

Your email address will not be published. Required fields are marked *