IAS ଅଫିସର ବିନୋଦ କୁମାରଙ୍କ ସମେତ ୬ଜଣଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର: – ବହୁ ଚର୍ଚ୍ଚିିତ ଓଡ଼ିଶା ଗ୍ରାମ୍ୟ କୋଠା ଓ ଉନ୍ନୟନ କର୍ତ୍ତୃପକ୍ଷ(ଓଆର୍‌ଏଚ୍‌ଡିସି)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ତଥା ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ମିଳିଛି ଦଣ୍ଡ । । କେବଳ ବିନୋଦ ନୁହେଁ ତାଙ୍କ ସହ ଅନ୍ୟ ୫ଜଣଙ୍କୁ ଜେଲ୍ ଦଣ୍ଡ ମିଳିଛି । ୬ଜଣଙ୍କୁ ୩ବର୍ଷ ଜେଲ୍ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ପୂର୍ବିତନ ଆଇଏଏସ୍ ଅଫିସ୍ ବିନୋଦ କୁମାର, ଓଆର୍‌ଏଚ୍‌ଡିସିର କମ୍ପାନୀ ସେକ୍ରେଟେରୀ ସ୍ୱସ୍ତୀ ରଞ୍ଜନ ମହାପାତ୍ର,ପୂର୍ବତନ ଆକାଉଣ୍ଟାଣ୍ଟ ଅଫିସର ପ୍ରଦୀପ ରାଉତ, କନିଷ୍ଠ ଲୋନ ଅଫିସର ସତ୍ୟ ପ୍ରକାଶ ବେହେରା, ଆସିଷ୍ଟାଣ୍ଟ୍ ସିଷ୍ଟମ୍ ଆନାଲିଷ୍ଟ୍ ଜ୍ଞାନେନ୍ଦ୍ର ସ୍ୱାଇଁ, ରଶ୍ମୀ ମାସ୍ କନ୍‌ଷ୍ଟ୍ରକ୍‌ସନ୍ ପ୍ରାଇଭେଟ ଲିମିଟ୍ରେଡ୍ ପରିଚାଳନା ନିର୍ଦ୍ଦେଶକ ମନୋରଞ୍ଜନ ନାୟକ । ଜାଲ ଦସ୍ତାବିଜ୍ ମାଧ୍ୟମରେ ଋଣ ଦେବା ଘଟଣାରେ ଏହି ଦଣ୍ଡାଦେଶ ହୋଇଛି । ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି) ଦ୍ୱାରା ରଶ୍ମୀ ମାସ୍ କନ୍‌ଷ୍ଟ୍ରକ୍‌ସନ୍ ପ୍ରାଇଭେଟ ଲିଃକୁ ୨୧.୩୫ ଲକ୍ଷ ଟଙ୍କାର ହୋମ ଲୋନ୍ ଦେବା ମାମଲାରେ ସୋମବାର ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ସତ୍ୟ ନାରାୟଣ ଷଡ଼ଙ୍ଗୀ ତାଙ୍କ ରାୟ ପ୍ରକାଶ କରିଛନ୍ତି । ତେବେ ଏହି ମାମଲାକୁ ଲଗାଇ ବିନୋଦ କୁମାର ମୋଟ ୬ଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହେଲେଣି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମାମଲାର ଶୁଣାଣୀ ସମୟରେ ୧୮ଜଣଙ୍କ ସାକ୍ଷ୍ୟ ଓ ଅନ୍ୟ ଦସ୍ତାବିଜ ଆଧାରରେ କୋର୍ଟ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ହେମନ୍ତ କୁମାର ସ୍ୱାଇଁ ମାମଲା ପରିଚାଳନା କରୁଥିଲେ ।
ମାମଲାର ବିବରଣୀ ଅନୁଯାୟୀ, ବିନୋଦ କୁମାର ୨୦୦୦ ଜାନୁୟାରୀ ୪ରୁ ୨୦୦୧ ଏପ୍ରିଲ ୧୫ ପର୍ଯ୍ୟନ୍ତ ଓଆର୍‌ଏଚ୍‌ଡିସିର ଏମ୍‌ଡି ଥିଲେ । ସେହି ସମୟରେ ସ୍ୱସ୍ତୀ ରଞ୍ଜନ, ପ୍ରଦୀପ, ସତ୍ୟ ପ୍ରକାଶ, ଜ୍ଞାନେନ୍ଦ୍ର ମଧ୍ୟ ସେଠାରେ ଚାକିରି କରୁଥିଲେ । ରଶ୍ମୀ ମାସ୍ କନ୍‌ଷ୍ଟ୍ରକ୍‌ସନ ପକ୍ଷରୁ ଜାଲ ଦସ୍ତାବିଜ୍ ଦ୍ୱାରା ୬ ଜଣଙ୍କୁ ଲୋନ ଦେବା ଲାଗି ୨୧.୩୫ ଲକ୍ଷ ଟଙ୍କାର ହୋମ ଲୋନ୍ ଆବେଦନ କରାଯାଇଥିଲା । ହେଲେ ବିନୋଦ କୁମାର ଏବଂ ଅନ୍ୟମାନେ ସେମାନଙ୍କ ସହ ମିଶି ଅପରାଧିକ ଯୋଜନା କରିଥିଲେ । ବିନୋଦ କୁମାର ଲୋନ ଦେବା ପରେ ଏହି ଲୋନ ଦିଆଯିବା ଫଳରେ ରାଜ୍ୟ ସରକାରଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା । ଏପଟେ ୬ଜଣଙ୍କୁ ନୟାପଲ୍ଲୀରେ ରଶ୍ମୀ ଭିଲ୍ଲା ଆପାର୍ଟମେ ରେ ଫ୍ଲାଟ ଦିଆଯିବାକୁ କୁହାଯାଇଥିଲେ ମଧ୍ୟ ମନୋରଞ୍ଜନ ସେଠାରେ ୩ ମହଲା ଘର ତିଆରି କରିଥିଲେ । ଏହି ଠକେଇ ନେଇ ସରକାର ଭିଜିଲିନ୍ସ ଥାନାରେ ନିକଟରେରେ ୨୦୦୯ରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ।

Leave a Reply

Your email address will not be published. Required fields are marked *