ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା, ଏନଏଚଆରସି ନିୟମ ଅନୁସାରେ ଚାଲିଛି ତଦନ୍ତ: ଜେଲ ଡିଜି

ଭୁବନେଶ୍ୱର: -ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ଜେଲ ଡିଜି ମନୋଜ ଛାବ୍ରାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ଘଟଣାରେ ଏକ ଦୁଃଖଦାୟକ ଘଟଣା । ଏନଏଚଆରସି ନିୟମ ମୁତାବିକ ତଦନ୍ତ ଚାଲିଛି । ଯାହାର ଭୁଲ ଥିବା ଦଣ୍ଡିତ ହେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ପୋଷ୍ଟମର୍ଟମର ଭିଡ଼ିଓଗ୍ରାଫି ହୋଇଛି । ନ୍ୟାୟିକ ତଦନ୍ତ ପାଇଁ ଜଣାଇଦେଇଥିବା ସେ କହିଛନ୍ତି ।

ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ପଦାକୁ ଆସିବ । ପ୍ରାଥମିକ ତଦନ୍ତ ମୁତାବିକ ଜଣେ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି । କାରାଗାରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଅଛି । ଜେଲ ବିଭାଗରେ ଲୋକବଳ କମ୍ ରହିଥିବାରୁ ସରକାର ଏଥିପ୍ରତି ସଚେତନ ଥିବା କହିଛନ୍ତି । ମାନସିକ ରୋଗୀଙ୍କ ସଂଖ୍ୟା ଓ ଡାକ୍ତର ନିଯୁକ୍ତି ଉପରେ ବିଭାଗ ନଜର ରଖିଥିବା ସେ କହିଛନ୍ତି । ସେପଟେ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ।ଆଉ କିଛି ଜେଲ୍ ଅନ୍ତେବାସୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଜେଲରେ ଗୋବିନ୍ଦଙ୍କୁ ଭେଟିଥିବା ଲୋକଙ୍କ ତାଲିକା ମଧ୍ୟ ଯାଞ୍ଚ କରିଛି ଟିମ୍ । ଏହା ସହ ଜେଲ ମୁଲାକାତ୍ ଡାଏରୀ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ । ଗତ ୨୦ ତାରିଖ ପୂର୍ବରୁ କିଏ ଗୋବିନ୍ଦଙ୍କୁ ଦେଖା କରିବାକୁ ଆସିଥିଲେ, ସେ ନେଇ ଯାଞ୍ଚ କରାଯାଇଛି ।

Leave a Reply

Your email address will not be published. Required fields are marked *