ସୁଟିଂ ସେଟରେ ଆତ୍ମହତ୍ୟା କଲେ ଅଭିନେତ୍ରୀ ତୁନିଶା ଶର୍ମା,

ନୂଆଦିଲ୍ଲୀ: :-ଯୁବବର୍ଗଙ୍କ ଭିତରେ କମୁଛି କି ଆତ୍ମବିଶ୍ୱାସ । ଯାହା ଏବେ ପ୍ରତିଫଳିତ ହେଉଛି ଆତ୍ମହତ୍ୟା ମାମଲାରେ । ଏବେ ଏବେ ଟେଲି ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ତୁନିଶା ଶର୍ମା ସୁଟିଂ ସେଟରେ ଆତ୍ମହତ୍ୟା କରିଛନ୍ତି । ୨୦ ବର୍ଷିୟା ଏହି ଅଭିନେତ୍ରୀ ଟେଲି ସୋ ‘ଦାସ୍ତାନ ଏ କାବୁଲ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ । ହେଲେ ସେ କାହିଁକି ଏତେବଡ ପଦକ୍ଷେପ ନେଲେ ତାହାର ଖୁଲାସା ହୋଇନାହିଁ । ଗଣମାଧ୍ୟମର ରିପୋର୍ଟ ମୁତାବକ ତୁନିଶା ଏକ ସୁଟିଂ ସେଟର ମେକଅପ୍ ରୁମ୍ ଭିତରେ ଆତ୍ମହତ୍ୟା କରିଛନ୍ତି । ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି । ହେଲେ ତାଙ୍କ ଆତ୍ମହତ୍ୟା ପଛର କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ । ସିରିୟଲ ସେଟ୍ରେ ଟି-ବ୍ରେକ ସମୟରେ ଶୌଚାଳୟ ଯାଇଥିଲେ ତୁନିଷା । ତେବେ ଦୀର୍ଘ ସମୟ ପରେ ସେଠାରୁ ନ ବାହାରିବାରୁ ଶେଷରେ କବାଟ ଭଙ୍ଗାଯାଇଥିଲା । କବାଟ ଭଙ୍ଗାଯିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେପଟେ ଆତ୍ମହତ୍ୟା ସମ୍ପର୍କରେ ସୂଚନା ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଛାନ୍ଭିନ୍ ଚଳାଇଛି । ୨୦ ବର୍ଷୀୟ ଅଭିନେତ୍ରୀ ତୁନିଷା ପ୍ରଥମେ ଶିଶୁକଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ‘ଭାରତ କା ବୀର ପୁତ୍ର ମହାରଣା ପ୍ରତାପ’ ସିରିୟଲ ଜରିଆରେ ସେ ଡେବ୍ୟୁ କରିଥିଲେ । ତେବେ ଏତେ କମ୍ ବୟସରୁ କାହିଁକି ଏଭଳି ଚରମ ନିଷ୍ପତି ନେଲେ, ତାହା ଏବେ ରହସ୍ୟଘେରରେ ।

Leave a Reply

Your email address will not be published. Required fields are marked *