ରାୟଗଡ଼ାରେ ପୁଣି ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

ରାୟଗଡ଼ା:-ରାୟଗଡ଼ାରେ ପୁଣି ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ । ଜଣେ ରୁଷ୍ ପର୍ଯ୍ୟଟକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ପର୍ଯ୍ୟଟକଙ୍କ ନାଁ ପାଭେଲ ଆଂଥମ ବୋଲି ଜଣାପଡ଼ିଛି । ସେ ରହୁଥିବା ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ଆଗରୁ ଅନ୍ୟ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ଅନ୍ତିମ ସଂସ୍କାର କରିସାରି ଫେରିବା ପରେ ଏହି ରୁଷ୍ ପର୍ଯ୍ୟଟକ ଜଣକ ହୋଟେଲର ତିନି ମହଲାରୁ ଡେଇଁ ପଡ଼ିଥିଲେ । ତୁରନ୍ତ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *