ପୁଲିସ ଏବଂ ଏସ୍‌ଟିଏଫ ଦୌଡ଼ରେ ପଛରେ ପଡିଛି ପୁଲିସ, ଏସ୍‌ଟିଏଫ୍‌ ୭୫ଟି ମାମଲା ରୁଜୁ କରି ୧୩୩ ଜଣଙ୍କୁ ବାନ୍ଧିଛି

ଭୁବନେଶ୍ୱର:-ପୁଲିସ ଏବଂ ଏସ୍‌ଟିଏଫ ଦୌଡ଼ରେ ପଛରେ ପଡିଛି ପୁଲିସ । କାରଣ ଗଞ୍ଜେଇ ମାଫିଆ ହେଉ ଅବା ଜୀବଜନ୍ତୁ ଅଂଶବିଶେଷ ଚାଲାଣ । ସବୁ କ୍ଷେତ୍ରରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ ଆଗରେ । ହେଲେ ଓଡ଼ିଶା ପୁଲିସ କେବଳ ଲାଞ୍ଚ ଖାଇ ଜାଣି ଶୁଣି ଅପରାଧୀଙ୍କୁ ଧରୁନି । ପୁଲିସ ଆଉ ଏସ୍‌ଟିଏଫ ଦୌଡ଼ରେ ତେଣୁ ଏସ୍‌ଟିଏଫ ଆଗରେ ରହିଛି । ଯାହାଫଳରେ ପୁଲିସ ନାଁ ଶୁଣି କାଠେଇ ଯାଉଛନ୍ତି ଅପରାଧୀ । ହେଲେ ଏସ୍‌ଟିଏଫ ନା ଶୁଣି ଅପରାଧୀ ପ୍ୟାଣ୍ଟ୍‌ରେ ମୁତି ପକାଉଥିବା ଦେଖିବାକୁ ମିଳୁଛି । ତେଣୁ ନୂଆ ବର୍ଷପୂର୍ବରୁ ଏସ୍‌ଟିଏଫ ତାର ୨୦୨୨ରେ କରିଥିବା ରିପୋର୍ଟ କାର୍ଡ ଦେଖାଇଛି । ଚଳିତବର୍ଷ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୭୫ଟି ମାମଲା ରୁଜୁ କରିଛି। ୧୩୩ ଜଣଙ୍କୁ ବିଭିନ୍ନ ମାମଲାରେ ଗିରଫ କରିଛି।  ବାର୍ଷିକ ରିପୋର୍ଟରେ କ୍ରାଇମବ୍ରାଞ୍ଚ ଏସଟିଏଫ ଏପରି ଅନେକ ଚାଞ୍ଚଲ୍ୟ କର ତଥ୍ୟ ଦେଇଛି। ନିଶା କାରବାର, ବନ୍ୟପ୍ରାଣୀ ଚୋରା ଚାଲାଣ ସହ ଜାଲନୋଟ କାରବାରକୁ ରୋକିବାକୁ କ୍ରାଇମବ୍ରାଞ୍ଚ ଫୋକ୍‌ସରେ ରଖିଥିଲା। ଚଳିତବର୍ଷ ୨୨କେଜି ବ୍ରାଉନ ସୁଗାର, ୨୫୨୪ କେଜି ଗଞ୍ଜେଇ, ୨୦୨ ଗ୍ରାମ୍‌ କୋକେନ, ୫୧୭ ଗ୍ରାମ ଅଫିମ, ନଗଦ ୬୫ ଲକ୍ଷ ଟଙ୍କା ଜବତ କରିଥିଲା। ନିଶା ମାଫିଆଙ୍କର ୧୨ କୋଟି ୮୫ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଏସଟିଏଫ। ସେହିପରି ୨୨ କେଜି ବ୍ରାଉଣ ସୁଗାର, ୩୮ କୁଇଣ୍ଟାଲ ଗଞ୍ଜେ ନଷ୍ଟ କରିଛି ଏସ୍‌ଟିଏଫ୍‌।

 ଚଳିତବର୍ଷ ସର୍ବାଧିକ ୧୪ କଲରାପତରିଆ ବାଘ ଛାଲ ଜବତ କରିଛି। ସେହିପରି ଗୋଟିଏ ମହାବଳ ବାଘ ଛାଲ, ୯ଟି ଜୀବନ୍ତ ବଜ୍ରକାପ୍ତା, ୨୨ କେଜି ବଜ୍ରକାପ୍ତା କାତି, ୧୪ଟି ହାତୀ ଦାନ୍ତ, ୨ଟି ବାଘ ଦାନ୍ତ, ୨୯ ବାଘ ନଖ ଜବତ କରିଛି। ଏଥିସହ ବନ୍ଧୁକ କାରବାର ଅଭିଯୋଗରେ ୧୪ଟି ଚୋରା ବନ୍ଧୁକ, ୬୦ଟି ଜୀବନ୍ତ ଗୁଳି ଓ ୮ଟି ମାଗାଜିନ ଜବତ କରିଛି ଏସ୍‌ଟିଏଫ୍‌। ୪୭ ଲକ୍ଷ ୪୩ ହଜାର ଟଙ୍କାର ନକଲି ନୋଟ ଜବତ କରିବାରେ ସକ୍ଷମ ହୋଇଛି ଏସଟିଏଫ୍‌।

Leave a Reply

Your email address will not be published. Required fields are marked *