ପେଟର ଭୋକ ଆଗରେ ଇଜ୍ଜତ କଣ ବାବୁ ? ସେକ୍ସ ରାକେଟ୍‌ରେ ଧରାପଡ଼ିଥିବା ଯୁବତୀଙ୍କ ଅକୁହା କଥା

ଭୁବନେଶ୍ୱର(ସୁଶାନ୍ତ ପାତ୍ର):- ପେଟର ଭୋକ ଆଗରେ ଇଜ୍ଜତ କଣ ବାବୁ ? ଆମର ସ୍ୱାମୀ ଛାଡ଼ି ପଳାଇଛି । ରହିବା ପାଇଁ ଘର ନାହିଁ, ଖାଇବା ପାଇଁ ପଇସା ନାହିଁ । ଆଧାରକାର୍ଡ ନଥିବାରୁ କେହି କାମ ଦେଉ ନାହାନ୍ତି । ବାଧ୍ୟ ହୋଇ ବଞ୍ଚିବା ପାଇଁ ସାହାରା ଖୋଜୁଥିଲୁ । ସେହି ସମୟରେ ସୀତା ମାଉସୀ ଦେଖା ହେଲେ । ସେ ଆମକୁ କାମ ଦେବାକୁ କହି ଏଭଳି ଇଜ୍ଜତ ବିକ୍ରି କରି ଟଙ୍କା ରୋଜଗାର କରିବାକୁ କହିଥିଲେ । ପେଟର ଭୋକ ଆଗରେ ବାଧ୍ୟ ହୋଇ ଇଜ୍ଜତ୍ ବିକ୍ରି କରି ବଞ୍ଚୁଛୁ । ଏଭଳି ଦୁଃଖ ଭରା କଥା କହିଛନ୍ତି ମଞ୍ଚେଶ୍ୱର ଥାନା ଚକେଇଶିଆଣି ଭଗବତୀ ବସ୍ତିରେ ଧରାପଡ଼ିଥିବା ଦେହଜୀବୀ । ଜଣଙ୍କର ଏଭଳି ଦୁଃଖର କାହାଣୀ ନୁହେଁ । ଉଦ୍ଧାର ହୋଇଥିବା ୪ଜଣ ମହିଳାଙ୍କ ଏଭଳି ଦୁଃଖର କାହାଣୀ । କାହାର ସ୍ୱାମୀ ଛାଡ଼ି ପଳାଇଛି ତ, କାହାର ଆଧାର କାର୍ଡ ନଥିବାରୁ କେହି କାମ ଦେଉ ନାହାନ୍ତି । ଆଉ କିଏ ବାପା,ମା ଛେଉଣ୍ଡ ହୋଇ ଏଭଳି ଦେହବ୍ୟସାୟ କରୁଛନ୍ତି । କିନ୍ତୁ ଧରାପଡ଼ିଥିବା ଦେହଜୀବୀମାନେ ଦିନରେ ଏକ ଚୁଙ୍ଗୁଡ଼ି ଫ୍ୟାଟ୍ରିରେ କାମ କରୁଛନ୍ତି । ସେଠାରୁ ସେମାନେ ମାସକୁ ୬ହଜାର ଟଙ୍କା ଦେଉଛନ୍ତି । ୬ ହଜାର ଟଙ୍କାରେ ଭୁବନେଶ୍ୱରରେ ଚଳିବା କଷ୍ଟକର ହୋଇ ପଡୁଛି । ଯେଉଁଥି ପାଇଁ ସେମାନେ ଦିନରେ ଚୁଙ୍ଗୁଡ଼ି କମ୍ପାନୀରେ କାମ କରୁଥିବା ବେଳେ କାର୍ଯ୍ୟରୁ ଫେରିବା ପରେ ସେମାନେ ଏଭଳି ଦେହ ବ୍ୟବସାୟ କରୁଛନ୍ତି । ଗ୍ରାହକ ପିଛା ସେମାନେ ୧ହଜାର ଟଙ୍କା ନେଉଛନ୍ତି । ସେଥିରୁ ସୀତା ମା’ ତଥା ରାଣୀ ମହୁମାଛି ୫ଟଙ୍କା ନେଇଯାଉଛି । କେବଳ ଦେହଜୀବୀ କେବଳ ଜଣେ ଗ୍ରାହକ ଠାରୁ ୫ଶହ ଟଙ୍କା ପାଉଛି । ଯାହାକି ତାଙ୍କ ଇଜ୍ଜତ ଆଗରେ କିଛି ନୁହେଁ । କିନ୍ତୁ ସେହି ୫ଶହ ଟଙ୍କା ପାଇଁ ସେମାନେ ଏଭଳି କାର୍ଯ୍ୟ କରୁଥିବା ଦେହଜୀବୀମାନେ କହିଛନ୍ତି । ପୁଲିସ ସେମାନଙ୍କୁ ଉଦ୍ଧାର କରିବା ପରେ ସଟ୍‌-ଷ୍ଟେ ହୋମ୍‌ରେ ଛାଡ଼ିଛି । ଏଥିସହ ଅଟକ ଥିବା ୩ଜଣ ଗ୍ରାହକଙ୍କୁ ପୁଲିସ ଗତକାଲି କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି ।
ଗତ ୬ମାସ ହେବ ରାଣୀ ମହୁମାଛି (ସୀତା ମା’) ଭଗବତୀ ବସ୍ତିରେ ଘର ଭଡ଼ାକୁ ନେଇ ଏଭଳି ଦେହ ବ୍ୟବସାୟ କରୁଥିଲା । ଗରିବ ଏବଂ ଅସହାର ମହିଳାଙ୍କୁ ଆଣି ଏଥିରେ ସାମିଲ କରୁଥିଲା । ସେମାନଙ୍କ ଭଲ ଚାକିରି କରାଇ ଦେବାକୁ କହି ଏହି ରାକେଟ୍‌ରେ ସାମିଲ୍ କରୁଥିଲା ସୀତା ମା । ଏନେଇ ସ୍ପେଶାଲ ସ୍ୱାର୍ଡ ନିକଟରେ ଖବର ପହଞ୍ଚିଥିଲା । ଶନିବାର ସନ୍ଧ୍ୟାରେ ମଞ୍ଚେଶ୍ୱର ଥାନା ପୁଲିସ ଏବଂ ସ୍ପେଶାଲ ସ୍କ୍ୱାର୍ଡ ସଦଳବଳ ହୋଇ ଭଗବତୀ ବସ୍ତିରେ ଚାଲୁଥିବା ଏହି ସେକ୍ସ ରାକେଟ୍ ଉପେ ଚଢଉ କରିଥିଲେ । ଚଢଉ ସମୟରେ ଜଣେ ମହିଳାଙ୍କ ସମେତ ଗ୍ରାହକଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିଥିଲେ । ବାକି ୨ଜଣ ଗ୍ରାହକ ଲାଇନ୍‌ରେ ଛିଡ଼ା ହୋଇ ଯୌନ କ୍ରୀଡା ପାଇଁ ଅପେକ୍ଷା କରିଥିଲେ । ପୁଲିସ ସମସ୍ତଙ୍କୁ ଉଦ୍ଧାର କରିବା ପରେ ଘର ଯାଞ୍ଚ କରିବା ପରେ ସେଠାରୁ ରତି କବଚ ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା ।

Leave a Reply

Your email address will not be published. Required fields are marked *