ଗୋବିନ୍ଦ ସାହୁ ଆତ୍ମହତ୍ୟା ଉପରୁ ପରଦା ହଟାଇ ପାରୁନି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:-ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟୁନି । ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହଛି ସେ ନେଇ ପୋଲିସ କି କ୍ରାଇମବ୍ରାଂଚ ସ୍ପଷ୍ଟ କରୁ ନାହାଁନ୍ତି । କିନ୍ତୁ ଏସବୁ ଭିତରେ ଦ୍ୱନ୍ଦ୍ୱ ବଢ଼ାଇଛି ସିସିଟିଭି ଫୁଟେଜ୍ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିସିଟିଭି ଫୁଟେଜରେ ଦେଖାଯାଉଛି ଗୋବିନ୍ଦ ଜେଲ ପଛ ପଟକୁ ଯିବା ସମୟରେ ତାଙ୍କ ହାତରେ କିଛି ନଥିଲା । ସେ ଖାଲି ଖାଲି ଯାଉଛନ୍ତି । କିନ୍ତୁ ସିସିଟିଭର ଟାଇମିଂ ଠିକ୍ ନଥିବାରୁ ତଦନ୍ତରେ ଅସୁବିଧା ହେଉଛି । ପ୍ରଶ୍ନ ଉଠୁଛି ଗୋବିନ୍ଦ ଯଦି ଖାଲି ହାତରେ ଯାଉଥିଲେ ତାହେଲେ କାଠଗଣ୍ଡି ଗାମୁଛା କିଏ ଜେଲ ପଛ ପଟକୁ ନେଇଥିଲା । ଆଉ ଏହି ସସପେନ୍ସ ଭିତରେ ଗୋବିନ୍ଦ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଂଚ ଟିମ୍ । କଂଟାବାଂଜିି ଜେଲରେ ଆଜି ସାଇନଟିଫିକ୍ ଟିମ୍ ସହ କ୍ରାଇମବ୍ରାଂଚ ଟିମ୍ ଅଧିକ ତଦନ୍ତ କରିବ । ସେହିପରି ଅନ୍ୟ ଏକ ଟିମ୍ ମହାଲିଙ୍ଗ ଯାଇ ତଦନ୍ତ କରିବ ବୋଲି ସୂଚନା ମିଳିଛି । ଗୋବିନ୍ଦ ସାହୁଙ୍କୁ ଜେଲରେ ଭେଟିବାକୁ କିଏ କିଏ ଆସୁଥିଲେ, ସେ କାହ ସହ ଅଧିକ ମିଳାମିଶା କରୁଥିଲା, ସେ ବାବଦରେ ଖୋଳତାଡ କରିବ କ୍ରାଇମବ୍ରାଂଚ ଟିମ୍ । ଏହାଛଡା ଜେଲର କିଛି କଏଦୀଙ୍କୁ ମଧ୍ୟ ଗୋବିନ୍ଦ ବାବଦରେ ପଚରା ଉଚରା କରାଯିବ । ସେହିପରି ଗୋବିନ୍ଦ ରହୁଥିବା ୧ନଂବର ୱାର୍ଡର ସେଲରୁ ଗୋବିନ୍ଦଙ୍କ କିଛି ହାତଲେଖା କାଗଜପତ୍ର ଜବତ କରାଯାଇଛି । ଯେଉଁଥିରେ ଗୋବିନ୍ଦ ନିଜ ଝିଅ ନାଁରେ ମହାଲିଙ୍ଗ କଲେଜ କରିଦେବା ପାଇଁ ଲେଖିଥିବା ସୂଚନା ମିଳିଛି । ତେଣୁ ଆଜି ତଦନ୍ତକାରୀ ଟିମ୍ ଦୁଇ ଭାଗ ହୋଇ ତଦନ୍ତ କରିବେ । ଗୋଟିଏ ଟିମ୍ ଜେଲ ପରିସରରେ ତଦନ୍ତ କରିବ ଓ ଅନ୍ୟ ଏକ ଟିମ୍ ମହାଲିଙ୍ଗ ଯାଇ ତଦନ୍ତ କରିବ । ସେପଟେ ଗୋବିନ୍ଦ ରହୁଥିବା ସେଲରୁ ଜବତ କାଗଜପତ୍ରର ହ୍ୟାଣ୍ଡ ରାଇଟିଂ ଯାଂଚ ପାଇଁ ଫରେନସିକ୍ ଲାବକୁ ନମୂନା ପଠାଯାଇଛି । ଗତକାଲି କ୍ରାଇମବ୍ରାଂଚ ଟିମ୍ ଆତ୍ମହତ୍ୟାର ସିନ ରିକ୍ରିଏସନ କରିଥିଲା । ଗୋବିନ୍ଦ ସାହୁଙ୍କ ଉଚ୍ଚତା ଓବୟସର ଜଣେ ଲୋକଙ୍କୁ ନେଇ ଆତ୍ମହତ୍ୟା ଘଟଣାର ଡେମୋ କରିଥିଲା ତଦନ୍ତକାରୀ ଦଳ । ତେବେ ଆତ୍ମହତ୍ୟା କରିଥିବା ସ୍ଥାନକୁ ଗୋବିନ୍ଦ ଏକା କେମିତି ଓଜନଦାର କାଠଗଣ୍ଡିକୁ ଟେକି ନେଲା ଏହା ଏବେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *