ଗାଧୋଉଥିବା ବେଳେ ପୋଖରୀରେ ବୁଡ଼ି ତିନି ଶିଶୁ ମୃତ

କେନ୍ଦ୍ରାପଡ଼ା :- କାନ୍ଦବୋବାଳିରେ ଫାଟି ପଡୁଛି ପୁରା ହସ୍ପିଟାଲ । କିଏ ବାହୁନି ବାହୁନି କାନ୍ଦୁଛି, ତ’ ଆଉ କିଏ ମୁଣ୍ଡରେ ହାତ ଦେଇ ଭାଗ୍ୟକୁ ନିନ୍ଦୁଛି । କେଉଁ ମା’ ହେଲେ ଧର୍ଯ୍ୟଧରିଥାନ୍ତେ । ପୁଅର ମୃତ୍ୟୁ ଖବର ଶୁଣିବା ପରେ ଯେମିତି ପାଦ ତଳୁ ମାଟି ଖସିଯାଇଛି । ପୋଖରୀରେ ବୁଡ଼ି ଯାଇ ଅକାଳରେ ଚାଲିଯାଇଛି ୩ ନାବାଳକଙ୍କ ଜୀବନ । କେନ୍ଦ୍ରାପଡ଼ା ଜିଲ୍ଲା ବଗପାଟିଆ ଗାଁରୁ ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ବିଶାଳ ରାଉତ, ସନ୍ଦୀପ ସାହୁ ଏବଂ ବିସେନ ପରିଡ଼ା । ଗାଁର ତିନି ଜଣ ସାଙ୍ଗ ଗାଁ ଜଙ୍ଗଲରେ ଥିବା ଏକ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ପାଣି ଭିତରେ ଖେଳୁ ଖେଳୁ ଜଣେ ପରେ ଜଣେ ଅଚାନକ୍ ବୁଡ଼ି ଗଲେ । ଗାଁ ଲୋକ ଦେଖିଲା ବେଳକୁ ୩ଜଣ ସାଙ୍ଗ ପାଣିରେ ଭାସୁଥିଲେ । ତୁରନ୍ତ ତାଙ୍କୁ ରାଜନଗର ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ହସ୍ପିଟାଲରେ ପହଂଚିଲା ବେଳକୁ ଆଉ କିଛି ନଥିଲା ।

Leave a Reply

Your email address will not be published. Required fields are marked *