ଅର୍ଚ୍ଚନାଙ୍କ ଦସ୍ତଖତ ଆଣିଲା ଖଣ୍ଡଗିରି ପୁଲିସ

ଭୁବନେଶ୍ୱର:-ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପୁଲିସକୁ ଦେଲେ ସ୍ପେସିମେନ ସିଗ୍ନେଚର । ଝାରପଡା ଜେଲରୁ କମିସନରେଟ ପୁଲିସ ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ କରିଛି । ଅର୍ଚ୍ଚନା ନାଗଙ୍କୁ ଗିରଫ ପରେ ତାଙ୍କ ଘରୁ ଜବତ ହୋଇଥିବା ଡାଏରୀରେ ଥିବା ହାତଲେଖା କାହାର, ଏହା ଜାଣିବା ପାଇଁ ପୁଲିସକୁ ଅର୍ଚ୍ଚନାଙ୍କ ହସ୍ତାକ୍ଷର ଦରକାର ଥିଲା । ତେଣୁ ଅର୍ଚ୍ଚନାଙ୍କ ଦସ୍ତଖତ ପାଇବା ପାଇଁ ଖଣ୍ଡଗିରି ଥାନା ପୁଲିସ କୋର୍ଟରେ ଆବେଦନ କରିଥିଲେ । କୋର୍ଟଙ୍କ ଅନୁମତି ପରେ ଆଜି ଖଣ୍ଡଗିରି ଥାନା ପୁଲିସ ଝାରପଡା ଜେଲରେ ପହଂଚି ଅର୍ଚ୍ଚନାଙ୍କ ଦସ୍ତଖତ ନେଇଛି । ଅର୍ଚ୍ଚନାଙ୍କ ଦସ୍ତଖତ ସହ ଜବତ ହୋଇଥିବା ଡାଏରୀରେ ଥିବା ହସ୍ତାକ୍ଷରକୁ ମେଳ କରାଯିବ । ଯେଉଁ ଡାଏରୀରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଅନେକ ଗୁମର ଲୁଚିଥିବା ଚର୍ଚ୍ଚା ହେଉଛି । କେଉଁ ବଡବଡିଆଙ୍କୁ ଅର୍ଚ୍ଚନା ଫସାଇଥିଲେ, ସେମାନଙ୍କ ବାବଦରେ ଡାଏରିରୀ ଲେଖାଥିବା କୁହାଯାଉଛି । ଏପରି କି ଅର୍ଚ୍ଚନା ମାମଲାର ତଦନ୍ତ ଆରମ୍ଭ କରିବା ପରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ମଧ୍ୟ ଖଣ୍ଡଗିରି ଥାନାକୁ ଯାଇ, ପୁଲିସ ଜବତ କରିଥିବା ଡାଏରୀକୁ ସ୍କାନ କରି ପ୍ରମାଣ ଭାବେ ସାଙ୍ଗରେ ନେଇଛନ୍ତି । ଅର୍ଚ୍ଚନାଙ୍କ କଳା କାରବାରର ମୁକସାକ୍ଷୀ ଓ ଅନେକ ସୁରାଗ ଡାଏରୀରେ ରହିଥିବା ସନ୍ଦେହ କରାଯାଉଛି । ସେହି ଡାଏରୀରେ ଥିହା ହାତଲେଖା ଅର୍ଚ୍ଚନାଙ୍କର ନା ଅନ୍ୟ କାହାର ତାହା ଜାଣିବା ପୁଲିସ ପାଇଁ ଜରୁରୀ ହୋଇଥିବାରୁ କୋର୍ଟରେ ଆବେଦନ କରି ଆଜି ସ୍ପେସିମେନ ସିଗ୍ନେଚର ସଂଗ୍ରହ କରିଛି

Leave a Reply

Your email address will not be published. Required fields are marked *