ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ମାଗିବା ମାମଲା, ଅର୍ଚ୍ଚନାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ପୁଲିସ

ଭୁବନେଶ୍ୱର :- ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲିଂ କରି ୩କୋଟି ମାମଲା ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ଆଜି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ୫୦୧ ପୃଷ୍ଠାର ଚାର୍ଜସିଟ୍ ପୁଲିସ ଜେଏମ୍‌ଏଫସି-୩କୋର୍ଟରେ ପୁଲିସ ଦାଖଲ କରିଛି । ଦଫା ୩୮୪, ୩୮୫, ୩୮୮, ୩୮୯, ୫୦୦, ୫୦୬, ୧୨୦(ବି) ଏବଂ ଆଇଟି ଆକ୍ଟ ୬୭, ୬୭(ଏ) ଲଗାଇ ଚାର୍ଜସିଟ୍ ଦାଖଲ କରିଛି ପୁଲିସ । ଏହି ମାମଲାରେ ଅଧିକ ପ୍ରମାଣ ସଂଗ୍ରହ ପାଇର୍ ତଦନ୍ତ ଖୋଲା ରଖିବାକୁ ଅନୁମତି ଦେବାକୁ ପୁଲିସ କୋର୍ଟକୁ ପ୍ରାର୍ଥନା କିଛି । ମାମଲାର ସଂପୂର୍ଣ୍ଣ ତଦନ୍ତ ଶେଷ ହେବା ପରେ ଫାଇନାଲ ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯିବ ବୋଲି ପୁଲିସ କୋର୍ଟକୁ ଜଣାଇଛି । ଏହି ଚାର୍ଜସିଟ୍‌ରେ ଅର୍ଚ୍ଚନାଙ୍କୁ ପୁଲିସ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛନ୍ତି । ଏପରିକି ଏକ ହୋଟେଲରେ ଅର୍ଚ୍ଚନା ଟଙ୍କା ଦେବାକୁ ଡିଲ୍ କରିଥିବା ମଧ୍ୟ ଏଥିରେ ଉଲ୍ଲେଖ ରହିଛି । ୩କୋଟି ଟଙ୍କା ନଦେଲେ ଫଟୋ ଏବଂ ଭିଡ଼ିଓ ଭାଇରାଲ କରିଦେବାକୁ ଧମକ ମଧ୍ୟ ଦେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏହି ମାମଲାରେ ପୁଲିସ ସାକ୍ଷୀମାନଙ୍କୁ ପଚରାଉଚରା ସମୟରେ ଏହାର ସତ୍ୟାସତ ଥିବା ପୁଲିସ କହିଛି । ଏପରିକି ସାକ୍ଷୀମାନଙ୍କ ନାମ ଏଥିରେ ଉଲ୍ଲେଖ ରହିଛି । ଆବଶ୍ୟକ ପଡିଲେ ପୁଲିସ ସେମାନଙ୍କୁ କୋର୍ଟରେ ବୟାନ ଦେବା ପାଇଁ ହାଜିରା କରିବ ବୋଲି କୁହାଯାଇଛି ।
ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅଭିଯୋଗ କରିଥିଲେ ଯେ, ତାଙ୍କୁ ଅର୍ଚ୍ଚନା ବାଙ୍କିର ଜଣେ ଯୁବତୀ ଶ୍ରଦ୍ଧାଞ୍ଜଳୀଙ୍କ ମାଧ୍ୟମରେ ବ୍ଲାକ୍‌ମେଲିଂ କରିଥିଲେ । ଶ୍ରଦ୍ଧାଞ୍ଜଳୀଙ୍କ ମାଧ୍ୟମରେ ତାଙ୍କ ସହ ପରିଚତ ହୋଇଥିଲେ । ଶ୍ରଦ୍ଧାଞ୍ଜଳୀ ତାଙ୍କୁ ପ୍ରଥମେ ପାର୍ଲର କରିବା ପାଇଁ ୩ଲକ୍ଷ ଟଙ୍କା ମାଗିଥିଲେ । ଅକ୍ଷୟ ନଦେବା ପରେ ଅର୍ଚ୍ଚନା ମଝିରେ ଏଣ୍ଟ୍ରି କରି ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ତାଙ୍କୁ ଫସାଇ ଦେବାକୁ ଧମକ ଦେଇଥିଲେ । ବାରମ୍ଭାର ଫୋନ କରିବା ସହ ତାଙ୍କ ନାମରେ ମିଛ ଅଭିଯୋଗ ଲକ୍ଷ୍ମୀସାଗର ଥାନାରେ କରିଥିଲେ । ପୁଲିସ ତଦନ୍ତ କରିବାପରେ ଅକ୍ଷୟ ପରିଜା କରିଥିବା ଅଭିଯୋଗର ସତ୍ୟାସତ ଥିବା ସ୍ପଷ୍ଟ ହୋଇଥିଲା ବୋଲି ପୁଲିସ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି ।

Leave a Reply

Your email address will not be published. Required fields are marked *