-୩ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ୩ବର୍ଷ ଜେଲ୍ ଦଣ୍ଡ,-ଇନ୍ଦ୍ରlବତୀ ପକଳ୍ପ ନାଁରେ ମିଥ୍ୟ ବିଲ୍ କରି ଟଙ୍କା ହଡପ କରିଥିଲେ

ଭୁବନେଶ୍ୱର:- ଅପର ଇନ୍ଦ୍ରାବତୀ ପ୍ରକଳ୍ପରେ ଜାଲିଆତି କରିବା ମାମଲାରେ ୩ଅଧିକାରୀଙ୍କୁ ଜୟପୁର ଭିଜିଲାନ୍ସ କୋର୍ଟ ସଜା ଶୁଣାଇଛନ୍ତି । ସେମାନଙ୍କୁ ୩ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରୀମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଜା କାଟିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ସଜା ପାଇଥିବା ୩ ଅଧିକାରୀ ହେଲେ ନବରଙ୍ଗପୁର ଜିଲ୍ଲା ଖଟିଗୁଡାର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଅମ୍ବିକା ପ୍ରସାଦ ତ୍ରିପାଠିି, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ପ୍ରଶାନ୍ତ କୁମାର ଘୋଷଲା ଏବଂ ନିର୍ବାହୀ ଯନ୍ତ୍ରୀ ସଦାନନ୍ଦ ମିଶ୍ର । ସେମାନଙ୍କ ନାମରେ ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରିଥିଲା । ଯେଉଁଥି ୩ ଅଭିଯୁକ୍ତ ଅପର ଇନ୍ଦ୍ରାପତୀ ପ୍ରକଳ୍ପରେ ଜାଲିଆତି କରିଥିବା ଦର୍ଶା ଯାଇଥିଲା । ସେମାନେ ଇନ୍ଦ୍ରାବତୀ ପକଳ୍ପରେ ଠିକାଦାରଙ୍କୁ ଏକାଧିକ ମିଥ୍ୟ ବିଲ୍ କରି ଟଙ୍କା ପାସ୍ କରାଯାଇଥିଲେ । ଯେଉଁଥି ପାଇଁ ସରକାର ୧କୋଟି ୬୬ଲକ୍ଷ ୪୧ହଜାର ୭୮୯ ଟଙ୍କା କ୍ଷତି ସହ୍ୟ କରିଥିଲେ । ନବରଙ୍ଗପୁର, ଖଟିଗୁଡା ଅପର ଇନ୍ଦ୍ରାବତୀ ପ୍ରକଳ୍ପ ୭୩ କିମିରୁ ୮୪ କିମି ଖୋଳା ଯାଇଥିଲା । ହେଲେ ଠିକାଦାର କାମ କରିନଥିବା ବେଳେ ସେମାନେ ଜାଲ୍ ବିଲ୍ କରି ଠିକାଦାରଙ୍କ ମାଧ୍ୟମରେ ଟଙ୍କା ନେଇଥିଲେ । କୋର୍ଟରେ ଏହା ପ୍ରମାଣିତ ହେବା ପରେ ଭିଜିଲାନ୍ସ ୩ଜଣ ଅଧିକାରୀଙ୍କୁ ୩ବର୍ଷ ସଜା ଶୁଣାଇଛନ୍ତି ।

Leave a Reply

Your email address will not be published. Required fields are marked *