rbi

-ଆରବିଆଇରୁ ୨୦ ହଜାର ଟଙ୍କା ଚୋରି, ଚୋରି ପଛରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ହାତ

ଭୁବନେଶ୍ୱର,୨୧ ।୧୨:  ଆରବିଆଇରୁ ୨୦ ହଜାର ଟଙ୍କା ଚୋରି ହୋଇଛି । ଟଙ୍କା ଅନ୍ୟ ବ୍ୟାଙ୍କ୍‌କୁ ଯିବା ପୂର୍ବରୁ ତାହା ଗଣାଯିବା ସମୟରେ ଏଭଳି ଚୋରି ହୋଇଥିବା ଜଣାପଡିଥିଲା । ଆରବିଆଇର ଆସିଷ୍ଟାଣ୍ଟ ଜିଏମ୍ ତଥା କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠି ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ  ଏହି ଟଙ୍କା ଚୋରି ପଛରେ ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଟ ମ୍ୟାନେଜର ଅମିତ୍ କୁମାର ମଣ୍ଡଳଙ୍କ ହାତଥିବା ଜଣାପଡିଛି ।
ଗତ ୧୭ ତାରିଖରେ ଆରବିଆଇ ଟଙ୍କା ଟ୍ରେଜରୀ ଦାୟିତ୍ୱରେ ଆସିଷ୍ଟାଣ୍ଟ ମ୍ୟାନେଜର ଅମିତ୍ କୁମାର ଥିଲେ । ସେ ସମସ୍ତ ଟଙ୍କା ଗଣି ଅନ୍ୟ ବ୍ୟାଙ୍କ୍‌କୁୁ ପଠାଉଥିଲେ । ସେହିଦିନ ଅମିତ୍ ଟଙ୍କା ରଖାଯାଇଥିବା ହାଇ ସିକ୍ୟୁରିଟ୍ କରୁଯାଉଥିବା ସିଭିପିଏସ୍ ରୁମ୍‌କୁ ଯାଇଥିଲେ । କେହି ନଥିବାରୁ ସୁଯୋଗ ନେଇ ୨୦ ହଜାର ଟଙ୍କା କାଢି ନେଇ ଯାଇଥିଲେ । ଯାହାକି ଖାଲି ୫ଶହ ଟଙ୍କା ରହିଥିଲା । ଏହାର ଦୁଇ ଦିନରେ ଅନ୍ୟ ବ୍ୟାଙ୍କ୍‌କୁ ଯାଇଥିବା ଟଙ୍କା ହିସାବ କରାଯାଇଥିଲା । ହେଲେ ଚୋରି ହୋଇଥିବା ଟଙ୍କା ବଣ୍ଡଲରୁ ୪୦ଟି ୫ଶହ ଟଙ୍କା ନଥିବା ସିରିଏଲ୍ ନମ୍ବରକୁ ଧରାପଡ଼ିଥିଲା । ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ଏନେଇ ପଚରାଯାଇଥିଲେ ମଧ୍ୟ ସେ ଜାଣିନଥିବା କହିଥିଲେ । ଶେଷରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ କ୍ୟାସ୍ ରଖାଯାଉଥିବା ସିଭିପିଏସ୍ ରୁମ୍‌କୁ ଯାଇ ଅମିତ୍ ଟଙ୍କା କାଢି ନିଜ ପକେଟ୍‌ରେ ରଖିଥିବା ସ୍ପଷ୍ଟ ଭାବେ ଦେଖାଯାଇଥିଲା । ତାଙ୍କୁ ଏନେଇ ପଚରାଉଚରା କରାଯିବା ପରେ ସେ ଲେଭରେ ପଡ଼ି ଏଭଳି ଚୋରି କରିଥିବା ସ୍ୱୀକାର କରିଥିଲେ ।।

Leave a Reply

Your email address will not be published. Required fields are marked *