ସାଵଧାନ ଷ୍ଟେସନବଜାର ମଦ ମାଫିଆ, ବୁଲୁଛି ଥାନା ଅଧିକାରୀଙ୍କ ଖଣ୍ଡା, ଦୁଇ ବେପାରୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର:(ଆମ ପ୍ରତିନିଧି)-ସାଵଧାନ ଷ୍ଟେସନ ବଜାର ମଦ ମାଫିଆ। ବୁଲୁଛି ଲଷ୍ମୀସାଗର ଥାନା ଅଧିକାରୀ ଓମ ପ୍ରକାଶ ମହାନ୍ତିଙ୍କ ଖଣ୍ଡା। ଆଉ ବରଦାସ୍ତ କରାଯିବନି। ଯେତିକି ବିକିଲ ବହୁତ ହୋଇଗଲା। ଚୋରା ମଦ ବିକିଲେ ଝାରପଡା ଜେଲକୁ ଯିବାକୁ ପଡ଼ିବ। ଏଭଳି ଭାବରେ ଷ୍ଟେସନ ବଜାର ମଦ ମାଫିଆଙ୍କୁ ଚେତାଵନୀ ଦେଇଛନ୍ତି ଥାନା ଅଧିକାରୀ। ଗତକାଲି ରାତିରେ ମୁଷଳ ବର୍ଷାରେ ଷ୍ଟେସନ ବଜାରରେ ରେଡ଼ କରି ଏଭଳି ବିପୁଳ ମଦ ଜବତ କରିବା ସହ 2 ବେପାରୀଙ୍କୁ ଗିରଫ କରି ପୋଲିସ ଏଭଳି ଭାବରେ ଚେତାଇ ଦେଇଛି। ଗିରଫ ଦୁଇ ମଦ ବେପାରୀ ହେଲେ ଗଣେଷ ପ୍ରଧାନ ଏବଂ ଅଜୟ ଦାସ ଓରଫ ଗେଡୁ। ସେମାନଙ୍କ ନିକଟରୁ ପୋଲିସ 14 ଲିଟର ବିଦେଶୀ ମଦ ଜବତ କରିଛି।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଷ୍ଟେସନ ବଜାରରେ ଖୁଲମ ଖୁଲା ଚୋରା ବିଦେଶୀ ମଦ ବିକ୍ରି କରୁଥିଲେ ମାଫିଆ। ସେମାନେ ଛୋଟ ଛୋଟ ପିଲାଙ୍କୁ ଢାଲ କରି ଏଭଳି କାରବାର କରୁଥିଲେ। ଯାହାଫଳରେ ରାତି ସାରା ସେଠାରେ ନିଶାଡୀ ଏବଂ ଅପରାଧିଙ୍କ ଆଡ୍ଡା ପାଲଟିଥିଲା। ଏନେଇ ଥାନା ଅଧିକାରୀ ଖବର ପାଇବା ପରେ ଆରମ୍ଭ କରିଥିଲେ ଅପରେସନ ଷ୍ଟେସନ ବଜାର। ସବୁଦିନ ପରି ଗତ କାଲି ରାତି 2ଟାରେ ରାଜାର ପିଲା ମଦ ବିକ୍ରି କରୁଥିଲେ। ମଦ ମାଫିଆଙ୍କୁ ଗିରଫ ପାଇଁ ଥାନା ଅଧିକାରୀ ଓଁମ ପ୍ରକାଶ ଜାଲ ବିଛାଇଥିଲେ। ଥାନା ଅଧିକାରୀ ଏହି ଅପରେସନର ଦାଇତ୍ଵ asi ଜୟନ୍ତୀଙ୍କୁ ଦେଇଥିଲେ। ଜୟନ୍ତୀ ଜଣେ ବ୍ୟକ୍ତିଙ୍କୁ ମଦ କିଣିବା ପାଇଁ ସେଠାକୁ ପଠାଇଥିଲେ। ବ୍ୟକ୍ତି ଜଣଙ୍କ ଗ୍ରାହକ ହୋଇ ଯାଇ ମଦ କିଣିଥିଲେ। ମଦ ବେପାରୀ ଘର ଭିତରୁ ମଦ ଆଣିବା ସମୟରେ ଜୟନ୍ତୀଙ୍କ ନେତୃତ୍ୱରେ ହୋଇଥିଲା ଚଢ଼ାଉ। 2 ମଦ ବ୍ୟବସାୟ ଗଣେଷ ଏବଂ ଗେଡୁକୁ କାବୁ କରିଥିଲେ। ପରେ ପଛରେ ଥିବା ଏକ ଘର ଭିତରେ ପୋଲିସ ଚଢ଼ାଉ କରି 14 ଲିଟର ମଦ ଜବତ କରିଥିଲା ପୋଲିସ। ଚଢ଼ାଉ ସମୟରେ ମୁଷଳ ଧାରାରେ ବର୍ଷା ହେଇଥିଲେ ବି ତାହାକୁ ଖାତିରି କରିନଥିଲେ ପୋଲିସ asi ଜୟନ୍ତୀ। ବର୍ଷାରେ ଓଦା ହୋଇ ସଫଳତାର ସହ ମଦ ଜବତ କରିବା ସହ 2 ବେପାରୀଙ୍କୁ ଗିରଫ କରିଥିଲେ। ଆଗକୁ ମଧ୍ୟ ଏଭଳି ଭାବରେ ଷ୍ଟେସନ ବଜାରରୁ ମଦ ମୁକ୍ତ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଯିଏବି ମଦ ବିକ୍ରି କରିବ ତାଙ୍କୁ ଗିରଫ କରାଯିବ। ଏବେ ପୋଲିସ ନଜର ଷ୍ଟେସନ ବଜାରରେ ଅନ୍ୟ ମଦ ବେପାରୀଙ୍କ। ସେମାନଙ୍କୁ ଗିରଫ କରିବା ସହ ମଦ ଜବତ କରିବା ଲାଗି ଥାନା ଅଧିକାରୀ ଏବେ ନୂଆ ଜାଲ ବିଛାଉଛନ୍ତି। ଓଁମପ୍ରକାଶ ଆସିବା ପରେ ଲଷ୍ମୀସାଗର ଅଞ୍ଚଳରେ ଅପରାଧୀ ଛାନିଆ ହୋଇଛନ୍ତି। ଅନେକ ଅପରାଧ ଘଟାଇବା ପୂର୍ବରୁ 10 ଥର ଭାବୁଛନ୍ତି। ଅନେକ ଅପରାଧୀ ଅଞ୍ଚଳ ଛାଡି ଫେରାର ହେଇଗଲେଣି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *