ଡିସିପିଙ୍କ ବୋପା ମୋ ପକେଟରେ, ମୋର ସେ ଛୋ……

ଭୁବନେଶ୍ୱର:(ବ୍ୟୁରୋ)- ବହୁ ଚର୍ଚ୍ଚିତ ଲଷ୍ମୀସାଗର ଥାନା ଏସିପି ଅଫିସରେ ଥିବା asiଙ୍କ କଳାକରନାମା ପଦାରେ ପଡୁଛି। ହେଲେ ବାବୁ ଜଣଙ୍କର କାହାରୀଙ୍କୁ ଭୟ ନାହିଁ। ନା ଏସିପିଙ୍କୁ ଅଛି, ନା ଡ଼ିସିପିଙ୍କୁ ଅଛି। ତାଙ୍କର ଦ୍ରୁନୀତି ସମ୍ପର୍କରେ ଖବର ନେସନ ବାଇଟରେ ପ୍ରକାଶ ପାଇବା ପରେ ମଧ୍ୟ ବାବୁ ଚେତୁ ନାହାନ୍ତି। ସେ କହି ବୁଲୁଛନ୍ତି ଯେ, ଡିସିପିଙ୍କ ବୋପା ମୋ ପକେଟରେ ଅଛନ୍ତି।ମୋର ଡ଼ିସିପି କିଛି ବାଳ ବଙ୍କା କରି ପାରିବେନି। ମୋର ଚାକିରୀ ଆଉ ଦୁଇ ବର୍ଷ ଅଛି, ଚାକିରୀ ଗଲେ ବି ମୋର ପେନସନ ବନ୍ଦ କରି ପାରିବେନି ବୋଲି ଛାତି ବାଟେଇ କହି ବୁଲୁଛନ୍ତି। ବାବୁ ଜଣଙ୍କ ଲଷ୍ମୀସାଗର ଥାନା ଏବଂ ଏସିପି ଅଫିସରେ 12ବର୍ଷ asi ଥଲେ ମଧ୍ୟ ଥାନା ଅଧିକାରୀ ଭଳି ଚାନ୍ଦା ତାଙ୍କ ପକେଟକୁ ଆସୁଛି। ହେଲେ ସେଠାରୁ ତାଙ୍କୁ କେହି ହେଟେଇ ପାରୁ ନାହାଁନ୍ତି। ଯେଉଁଥି ପାଇଁ ପରିଡା ବାବୁଙ୍କ ଚେର ବହୁତ ଲମ୍ବିଛି।
ଚାକିରୀ ଆଉ 2 ବର୍ଷ ଥିବାରୁ ବାବୁ ଜଣଙ୍କ ମୁଁହ ଆଉ ନାକ ବୁଡ଼ାଇ ଖାଉଛନ୍ତି। ହଳଦୀ ପଡ଼ିଆରେ ହେଉଥିବା ବ୍ରାଉନ ସୁଗର କାରବାରଠୁ ଦେହ ବ୍ୟବସାୟି ଦଲାଲ ଏବଂ କଟକ ରୋଡ଼ରେ ଥିବା ଦେଶୀ ମଦ ଭାଟି ମାଲିକଙ୍କ ଠାରୁ ମାସିକିଆ ବଟି ନେଇଛନ୍ତି। ଏଥିସହ ସେମାନଙ୍କୁ ସୁରକ୍ଷା ଦେବା ଦାଇତ୍ୱ ବାବୁ ଜଣଙ୍କ ନିଜ ମୁଣ୍ଡକୁ ନେଇଛନ୍ତି। ପ୍ରତି ମାସରେ ନିଜ ପକେଟକୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା asi ପରିଡା ବାବୁଙ୍କୁ ପକେଟକୁ ଆସୁଛି। ଯଦି କେବେ ସ୍ପେଶାଲ ସ୍କ୍ୱାର୍ଡ ଏବଂ ଅଵକାରୀ ବିଭାଗ ଚଢ଼ାଉ କରୁଛି ତେବେ ବାବୁ ଜଣଙ୍କ ନିଶା ମାଫିଆଙ୍କୁ ଆଗରୁ ଖବର ଦେଇ ଦେଇଛନ୍ତି। ଯେଉଁଥି ପାଇଁ ଚଢ଼ାଉ ହେଲେ ମଧ୍ୟ ସେ ସହଜରେ ସେମାନେ ଖସି ଯାଉଛନ୍ତି। ଆଉ ଥାନା ପୋଲିସ ବାଉଳା ହେଇ ଫେରୁଛି। ଏବେ ଏହି କରିତକର୍ମା ପୋଲିସ ବାବୁ ଜନଙ୍କ ଲଷ୍ମୀସାଗର ଏବଂ ପୁରୀ ବାଇପାସ ରୋଡ଼ରେ ରାଜ ପ୍ରସାଦ ପରି ଘର କରିଛନ୍ତି। ଏହି ଘର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଘର କରିବା ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ସେ କେଉଁଠୁ ଆଣିଲେ ତାହାକୁ ନେଇ ପୋଲିସ ମହଲରେ ଆଲୋଚନା ହେଉଛି। ଯଦି ଭିଜିଲାନ୍ସ ଖୋଳତାଡ଼ କରାଯାଏ ତେବେ ବାବୁଙ୍କ ପାପର ପେଡି ଖୋଲିବ ବୋଲି ଅନେଇ ପୋଲିସ ଅଧିକାରୀ କହିଛନ୍ତି। ଏହି ପରିଡା ବାବୁ ଜଣେ ଏସିପିଙ୍କୁ ଗୁରୁ କରିଛନ୍ତି। ତାଙ୍କୁ ସର୍ବେସର୍ବା ମାନି ଡିସିପି ଏବଂ ସିପିଙ୍କୁ ଖାତିରି କରୁନାହାନ୍ତି। ତେଣୁ ଏହି ପୋଲିସ ବାବୁଙ୍କୁ କଣ ଉପରିସ୍ଥ ଅଧିକାରୀ ସାବାଡ଼ କରୁଛନ୍ତି କି, ତାହା ଆଗାମୀ ଦିନରେ ଦେଖିବାକୁ ବାକି ଅଛି।

ଲଷ୍ମୀସାଗର ଥାନା

Leave a Reply

Your email address will not be published. Required fields are marked *