ଦ୍ରୁନୀତିଗ୍ରସ୍ତ ଏଏସଆଇ ଓ ସ୍ପେଶାଲ ସ୍କ୍ୱାର୍ଡର କନଷ୍ଟେବଳ ପାଇଁ ବଦନାମ ହେଉଛି କମିଶନରେଟ ପୋଲିସ

ଭୁବନେଶ୍ୱର,(ବ୍ୟୁରୋ): କମିଶନରେଟ ପୋଲିସ ନୂଆ ଡିସିପି ଆସିବା ପରେ କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ସବୁ ଭୁଲ ସାବ୍ୟସ୍ତ ହୋଇଛି। ଏଠାରେ ସବୁ ଦୁର୍ନୀତି ଗ୍ରସ୍ତ ଅଫିସର ଏଠି ମୁଣ୍ଡି ସାଜିଛନ୍ତି। ଏପରିକି ଥାନା ଅଧିକାରୀ ଏବଂ ଡିସିପିଙ୍କୁ ସେମାନଙ୍କର ଖାତିର ନାହିଁ। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ଠାରୁ ଅର୍ଥ ଲୁଟିବା ଏବଂ ଅନ୍ୟକୁ ହଇରାଣ କରିବା ସେମାନଙ୍କ  କାମ। କମିଶନରେଟ ପୋଲିସର ଉପରିସ୍ଥ ଅଧିକାରୀ ସେମାନଙ୍କ କିଛି ବାଳ ବଙ୍କା କରି ପାରୁନାହାନ୍ତି। ଆମେ କହୁଛୁ ଲାଷ୍ମୀସାଗର ଏସିପି ଅଫିସରେ ଥିବା asi ପରିଡା ବାବୁ। ସେ କୋଳି ଖାଇ ମଞ୍ଜି ପୋତିଲା ପରି 12 ବର୍ଷ ହେବ ଥାନା ଗାଁଦି ମାଡିବସିଛନ୍ତି । ପ୍ରଥମେ ସେ ଲଷ୍ମୀ ସାଗର ଥାନାରେ କାର୍ଯ୍ୟ କରୁଥିଲେ ପରେ ଉପରିସ୍ଥ ଅଧିକାରୀଙ୍କୁ ଧରାଧରି କରି ଏସିପି ଅଫିସରେ ରହିଲେ। କିନ୍ତୁ ସେଠାରେ ରହିବା ପରେ ଦୁର୍ନୀତିରେ ଲିପ୍ତ ରହିଲେ। ଅଭିଯୋଗକାରୀଙ୍କୁ ମିଛ ବାହାନା କରି ଅର୍ଥ ଲୁଟିବା। ମଦ ମାଫିଆ, ଝିଅ ଦଲାଲ , ଏବଂ ହଳଦୀ ପଡିଆ, ଷ୍ଟେସନ ବଜାର ନିଶା ମାଫିଆଙ୍କୁ ବଟି ଆଦାୟ ଏବଂ ହାର୍ଡଖୋର ଅପରାଧୀଙ୍କୁ ଖାଇବା ପାଇଁ କହି ଟଙ୍କା ନେଇଥାଆନ୍ତି। ପୂର୍ବରୁ ତାଙ୍କର ଏଭକି କଳା କାରନାମ ବିଷୟରେ ଭିଜିଲାନ୍ସ ଜାଣି ତାଙ୍କୁ ଧରିବାକୁ ଯୋଜନା କରିଥିଲେ। ହେଲେ ସେ ଏତେ ଧୂତ ଯେ ଭିଜିଲାନ୍ସ ଅଧିକାରୀଙ୍କୁ ମଧ୍ୟ ଚକମା ଦେଇ ଖସି ଯାଇଛନ୍ତି। ପାପ ମୋଚନ କରିବା ପାଇଁ କରିତକର୍ମା asi ବମୀଖାଲରେ ରହୁଥିବା ବାଲି ମାଫିଆ ଏବଂ ଝାରପଡାରେ ରଖୁଥିବା କୁଖ୍ୟାତ ଅପରାଧୀଙ୍କ ଠାରୁ ଅର୍ଥ ସଂଗ୍ରହ କରି ପ୍ରତି ସଂକ୍ରାନ୍ତି ପାଳିରେ ଥାନା ପ୍ରାଙ୍ଗଣରେ ଥିବା ଶିବ ମନ୍ଦିରରେ ଅରୁଆ ଡାଲମା ଭୋଜି କରନ୍ତି। ପୂର୍ବତନ ଏସିପି ଥିବା ଅବସ୍ଥାରେ ପରିଡା ବାବୁ ହଳଦୀ ପଡ଼ିଆରୁ ପିଙ୍କି ଓରଫ ଲଳିତା ଜେନାଙ୍କ ଠାରୁ ମାସିକିଆ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆଦାୟ କରୁଥିଲେ। ଏବେ ଉକ୍ତ ଏସିପି ବଦଳି ହେବା ପରେ ପରିଡା ବାବୁଙ୍କ ପକେଟକୁ ସବୁ ଟଙ୍କା ପ୍ରତି ମାସକୁ ଯାଉଛି। ବ୍ରାଉନ ସୁଗର ବେପାର କରୁଥିବା ଏହି ମହିଳା ଜଣଙ୍କ  ଗଣେଶ ମଣ୍ଡପରେ ପରିବା ବେପାର କରୁଛନ୍ତି।ତାଙ୍କର ଏହି ପାପରେ ଥାନା ପଛରେ ରହୁଥିବା ସ୍ପେଶାଲ ସ୍କ୍ୱାର୍ଡର ଜଣେ କଂଷ୍ଟେବଲ ସହଯୋଗ କରନ୍ତି। asi ପରିଡା ବାବୁ ଏବଂ ଏହି କନଷ୍ଟବଳଙ୍କ ଏବେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ହୋଇଯାଇଛି। ଆଜି ପର୍ଯ୍ୟନ୍ତ ଏହି ପ୍ରେମ ସମ୍ପର୍କ ଆଜି ପର୍ଯ୍ୟନ୍ତ ଅତୁଟ ରହିଯାଇଛି। ଦୁଇ ଜଣ ମିଶି ଲଷ୍ମୀସାଗର ଥାନା ଅଞ୍ଚକରେ ମିଳିମିଶି ଲୁଟି ଚାଲିଛନ୍ତି। ଏହି କରି କରିତକର୍ମା କନଷ୍ଟେବନଙ୍କ ବାପା।ମୁଖ୍ୟମନ୍ତ୍ରୀଙ୍କ ବଗିଚାରେ ବିଗତ ଦିନରେ ମାଳିଥିବାରୁ ସେ ନିଜକୁ ଆଇପିଏସ ଭଳି ଭାବୁଛନ୍ତି। ଏବେ ଜଣେ ଏସିପିଙ୍କ ଛତ୍ରଛାୟା ତଳେ ରାଗିଥିବାରୁ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି। ବିଗତ ଦିନରେ ଏହି କନେଷ୍ଟବଳଙ୍କ କଳା କାରନାମା ବିଗତ ଦିନରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ତାଙ୍କର ବାଳ କେହି ବଙ୍କା କରି ପାରିନଥିଲେ। କଟକରୋଡ଼ରେ ଥିବା ଏକ ହୋଟେଲରେ ସ୍ପେଶାଲ ସ୍କ୍ୱାର୍ଡର କିଛି ବନ୍ଧୁ ମାନଙ୍କୁ ନେଇ ପଶିଲେ। ଅଣ୍ଟାରୁ ବନ୍ଧୁକ କାଢି ଟେବୁଲ ଉପରେ ଥୋଇଲେ। ତା ପରେ ହୋଟେଲ ମାଲିକଙ୍କୁ ଧମକାଇ ମଦ, ମାଂସ, ଚିକେନ୍, ମଟନ ପେଟ ପୁରା ଖାଇଲେ। ତା ପରେ ହୋଟେଲ ମାଲିକ ଟଙ୍କା ମାଗିବାରୁ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଲେ। ଆମେ ସ୍ପେଶାଲ ସ୍କ୍ୱାର୍ଡର ଅଧିକାରୀ ଆମେ ଯାହାକୁ ପାଇବୁ ବାନ୍ଧିବୁ, ଯାହାକୁ ପାଇବୁ ଛାଡ଼ିବୁ, ତୁ ଆମକୁ ଖାଇବାକୁ ଦେଇ ଟଙ୍କା ମାଗୁଛୁ, ତୋତେ ଚୋରି କେସରେ ଫସାଇ ବାନ୍ଧି ଦବୁ, ଆମକୁ ଜାଣିନୁ। ଏଭଳି କହିବା ପରେ ହୋଟେଲ ମାଲିଙ୍କ ଭୟରେ ସେମାନଙ୍କୁ ଛାଡି ଦେଇଥିଲେ। ଆଜି ପର୍ଯ୍ୟନ୍ତ ଉକ୍ତ କଂଷ୍ଟେବଲ ଏବଂ asi ସେଇ ହୋଟେଲରେ ମାଗଲା ଖାଉଛନ୍ତି ଆଉ ବଟି ନେଉଛନ୍ତି। ସ୍ପେଶାଲ ସ୍କ୍ୱାର୍ଡର କନଷ୍ଟେବଳ ଏବଂ asi ପରିଡା ବାବୁ ଲଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକାଧିକ ବାରରୁ ମାସିକିଆ ଅର୍ଥ ସଂଗ୍ରହ କରନ୍ତି। ଯେଉଁଥିପାଇଁ ଦୁଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଥାନା ଅଧିକାରୀ ଏବଂ ଜୋନ ଏସିପି ବଦନାମ ହେଉଛନ୍ତି। ତେଣୁ ଥାନା ଏହି ଦୁଇ ପୋଲିସ କର୍ମଚାରୀଙ୍କୁ ନେଇ ଅସନ୍ତୋଷ ବଢି ଚାଲିଛି। ଆଗାମୀ ଦିନରେ ଡ଼ିସିପିଙ୍କ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିବେ ବୋଲି ଜଣା ପଡ଼ିଛି। ଆମେ ଏହି କରିତକର୍ମା asi ଏବଂ ସ୍ପେଶାଲ ସ୍କ୍ୱାର୍ଡର କନଷ୍ଟେବଳଙ୍କ କଳା କାରନାମାର ଭିଡିଓ ଆଗାମୀ ଦିନରେ ପ୍ରକାଶ କରାଯିବ।

Leave a Reply

Your email address will not be published. Required fields are marked *