ଡିଜିଟାଲ ରିଭଲ୍ୟୁସନ୍ ଆଳରେ ଦେଢ କୋଟି ଠକେଇ,ମାଷ୍ଟରମାଇଣ୍ଡ ପ୍ରନ୍ସକୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର:- ଠକେଇ କରିବା ମାମଲାରେ ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା) ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଡିଜିଟାଲ ରିଭଲ୍ୟୁସନ ଟେକ୍ନୋଲୋଜି ମୁଖ୍ୟ ପ୍ରିନ୍ସ କୁମାର । ତା ଘର ବିହାର ମୁଜାଫରପୁର । ତାକୁ ଇଓଡବ୍ଲ୍ୟୁ ଅଧିକାରୀ ଉତ୍ତରପ୍ରଦେଶ, ବୁନ୍ଦାବନରୁ ଗିରଫ କରିଛି । ଅଭିଯୁକ୍ତ ଲୋକଙ୍କୁ ଦେଶୀ ଆପ୍ ବ୍ୟବହାର କରି ଟଙ୍କା ରୋଜଗାର କରିବା ପାଇଁ ଲୋଭ ଦେଖାଇଥିଲା । ବେନାମୀ ଆପ୍ ଜରିଆରେ ହେଉଥିଲା କୋଟି କୋଟି ଟଙ୍କାର କାରବାର । ଓଡ଼ିଶାର ୧୦୦ ଜଣ ଜମାକାରୀଙ୍କ ଠାରୁ ଦେଢ଼ କୋଟି ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ହେବା ପରେ ତାକୁ ବୃନ୍ଦାବନରୁ ଗିରଫ କରାଯାଇଛି । ବିଶେଷ କରି ବାଲେଶ୍ୱର ଭଦ୍ରକ, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ଭୁବନେଶ୍ୱରରେ ଏକାଧିକ ବ୍ୟକ୍ତିଙ୍କ ଏହି ସଂସ୍ଥା ଠକିଛି । ୨୦୨୧ ପ୍ରନ୍ସ ଓଡ଼ିଶା ଆସି ଜାନୁୟାରୀ ୨୦ରେ ବାଲେଶ୍ୱରରେ ମିଟିଂ କରି ସଂସ୍ଥା ବିଷୟରେ ଲୋକଙ୍କୁ ବୁଝାଇଥିଲେ । ସେ ଲୋକଙ୍କୁ ଠକିବା ପାଇଁ ଯୋଜନା କରି ଏକାଧିକ ହ୍ୱାଟ୍ସଆପ୍ ଗ୍ରୁପ୍ କରିଥିଲେ । ସେଥିରେ ଜଣଙ୍କ ପରେ ଜଣଙ୍କୁ ଯୋଡ଼ିଥିଲେ । ବିଦେଶୀ ଆପ୍ ଗୁଡିକୁ ବ୍ୟବହାର ନ କରି ଦେଶୀ ପ୍ଲାଟଫାର୍ମ ବ୍ୟବହାର କରିବାକୁ ପ୍ରବର୍ତ୍ତାଉଥିଲା । ଯାହାଫଳରେ ସରକାର ଟ୍ୟାକ୍ସ ପାଇବା ସହ ତୁମେ ମାନେ ଅର୍ଥ ରୋଜଗାର କରିପାରିବ ବୋଲି ପ୍ରନ୍ସ ଲୋକଙ୍କୁ ବୁଝାଇଥିଲେ । ଏଥିଲାଗି ସେ ମାଇଁ ପ୍ଲେ, ଭିଟ୍ସକପ୍‌, ମାଇଁ ଟ୍ୟୁବ୍ ଭଳି ୬ଟି ଆପ୍ ତିଆରି କରି ବ୍ୟବହାର କରିବାକୁ ଲୋକଙ୍କୁ ଭୁତାଇଥିଲା । ପ୍ରଥମେ ନିଜର ନାମ ଏବଂ ଅନ୍ୟ ତଥ୍ୟ ଦେଇ ପଞ୍ଜିକରଣ କରିବାକୁ କହୁଥିଲେ । ଏଥି ପାଇଁ ପ୍ରଥମେ ୧୫ ହଜାର ଟଙ୍କା ଦେବାକୁ ପଡୁଥିଲା । ମାସକୁ ୨୬ଶହ ଟଙ୍କା ଘରେ ବଶି ରୋଜଗାର କରବାକୁ ପ୍ରଲୋଭନ ଦେଖାଇଥିଲା । ଆପ୍‌ର ପ୍ରଚାର କରିବା ପାଇଁ ଏହି ଅର୍ଥ ଦିଆଯିବ ବୋଲି ପ୍ରନ୍ସ ଲୋକଙ୍କୁ ବୁଝାଉଥିଲା । ଲୋକଙ୍କୁ ପଡ଼ି ୧୦୦ରୁ ଉର୍ଦ୍ଧ୍ୱ ଲୋକ ଟଙ୍କା ଦେଇ ପଞ୍ଜିକରଣ କରିଥିଲେ । ଦୁଇ ମାସ ପର୍ଯ୍ୟନ୍ତ ପ୍ରନ୍ସ ଲୋକଙ୍କୁ ୨୬ଶହ ଟଙ୍କା ଦେଉଥିଲା । ହଠାତ୍ ସେ ସବୁ ହ୍ୱାଟ୍ସଆପ୍ ଗ୍ରୁପ୍‌ରୁ ବାହାରି ଯିବା ସହ ଆପ୍ ସବୁ ବନ୍ଦ କରି ଦେଇଥିଲା । ଲୋକେ ପ୍ରନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ତାର ପତା ପାଇନଥିଲେ । ଶେଷରେ ଠକାମିର ଶିକାର ହୋଇଥିବା ୧୫ ଜଣ ଏନେଇ ୨୦୨୧ ମସିହା ମେ’ ମାସରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଅଗଷ୍ଟ ମାସରେ ଇଓଡବ୍ଲ୍ୟୁକୁ ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଇଓଡବ୍ଲ୍ୟୁ ମାମଲା ରୁଜୁ କରି ତଦନ୍ତ କରିବା ପରେ ପ୍ରନ୍ସକୁ ଗତକାଲି ବୁନ୍ଦାବନରୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *