ମହିଳା ଟ୍ରାଫିକ ପୁଲିସଙ୍କ ମହାନତା, ରାସ୍ତାରେ ପଡ଼ି ଯାଇଥିବା ବୃଦ୍ଧଙ୍କୁ ଉଦ୍ଧାର କଲେ

ଭୁବନେଶ୍ୱର:-ରାଜଧାନୀରେ ମହିଳା ଟ୍ରାଫିକ୍ ପୁଲିସ ଉର୍ମିଳା ସ୍ୱାଇଁ ମହାନତା ଦେଖିବାକୁ ମିଳିଛି । ସେ ଜଣେ ବୃଦ୍ଧଙ୍କ ପାଇଁ ଦେବଦୂତ ସାଜିଛନ୍ତି । ଉର୍ମିଳା ନଥିଲେ ବୃଦ୍ଧ ଜଣଙ୍କର କି ଅବସ୍ଥା ହୋଇଥାନ୍ତା ବୋଲି ଅନେକ କହୁଛନ୍ତି । ରାଜଧାନୀର ଓଡ଼ିଏମ୍ ଛକରେ ନିଧୁର୍ମ ଖରା ଯାଉଥିବା ଜଣେ ବୃଦ୍ଧ ହଠାତ୍ ବୋହୋସ ହେଲେ ରାସ୍ତା ଉପରେ ପଡ଼ିଯାଇଥିଲେ । ସେଠାରେ ଟ୍ରାଫିକ୍ ଡ୍ୟୁଟି କରୁଥିବା ମହିଳା କନ୍‌ଷ୍ଟେବଳ ଜଣଙ୍କ ତାଙ୍କ ଉଦ୍ଧାର କରି ଏକ ଗଛ ଛାଇକୁ ଆଣିଥିଲେ । ସଂଗେ ସଂଗେ ବୃଦ୍ଧଙ୍କ ମୁହଁରେ ପାଣି ଛିଞ୍ଚିଥିଲେ । ତାଙ୍କର ଚେତା ଫେରିବା ପରେ ତାଙ୍କୁ ପାଣି ପିଇବାକୁ ଦେଇଥିଲେ । ବୃଦ୍ଧ ଜଣଙ୍କ ଉଠି ବସିବା ପରେ ପିସିଆର ଭ୍ୟାନ୍‌କୁ ଫୋନ୍ କରି ଉର୍ମିଳା ଡାକିଥିଲେ । ପିସିଆର ଭ୍ୟାନ୍ ସେଠାରେ ପହଞ୍ଚିବା ପରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉର୍ମିଳାଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ଏବେ ସବୁଠି ଚର୍ଚ୍ଚା । ପୁଲିସ କମିଶନର ତାଙ୍କର ଏଭଳି ମହାନତା ପାଇଁ ପୁରସ୍କୃତ କରିପାରନ୍ତି ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *