ହ୍ୟୁମାନ ସାଗରଙ୍କ ପିଏ ନାମରେ ମାମଲା,

ଭୁବନେଶ୍ୱର:-ଜଗନ୍ନାଥ ଭଜନ ନଗାଇବାକୁ ନେଇ ବିବାଦରେ ଆସିଥିଲେ ହ୍ୟୁମାନ ସାଗର । ଏନେଇ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ସେ କଟକ ଆସିଲେ  ମାରିଦେବାକୁ ଧମକ ଦେଇଥିଲେ ହ୍ୟୁମାନ୍‌ଙ୍କ ପିଏ । ତେଣୁ ଏହି ଅଭିଯୋଗ ଆଧାରରେ ପୁଲିସ ହ୍ୟୁମାନ୍ ସାଗରଙ୍କ ପିଏଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି । ଆଗାମୀ ଦିନରେ ପୁଲିସ ହ୍ୟୁମାନ୍ ସାଗର ଏବଂ ତାଙ୍କ ପିଏଙ୍କୁ ପଚରାଉଚରା କରିପାରେ ।
ଅନ୍ୟପଟରେ ଏହି ବାବାଦ ପରେ ହ୍ୟୁାମାନ୍ ସାଗର ପାଟି ଖୋଲିଛନ୍ତି । ସେ କହିଛନ୍ତି ଯେ, ସେ ଯାହାଙ୍କୁ ବଡ଼ ଭାଇ ପରି ଭଲ ପାଏ, ସେହିମାନେ ତାଙ୍କ ନାମରେ ଅଭିଯୋଗ ଦେଇଛନ୍ତି । ଯଦି ତାଙ୍କର କିଛି ଭୁଲ ଅଛି ତେବେ ଅଭିଯୋଗ ଦିଅନ୍ତୁ, ମୁଁ ମାନିନେବି । କିନ୍ତୁ ସେ କିଛି କରିନାହାନ୍ତି ସମସ୍ତେ ଯଦି ତାହା ବିରୋଧରେ ଯିବେ ତାହା ଠିକ୍ ନୁହେଁ । ଯେଉଁମାନେ ଏସବୁ କରିଛନ୍ତି ତାଙ୍କୁ ଭଗବାନ ସଦ୍‌ବୃଦ୍ଧି ଦିଅନ୍ତୁ । ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ ମୋର କୌଣସି ୱକାତ୍ ନାହିଁ ତାଙ୍କୁ ଅପମାନ କରିବାକୁ । ଜଗନ୍ନାଥଙ୍କ ଡୋରି ଲାଗିନାହିଁ ବୋଲି ସେ ଗୀତ ଗାଇ ନାହାନ୍ତି । ତେଣୁ ଡୋରି ଲାଗିଲେ ସେ ନିଶ୍ଚିତ ଗାଇବେ ଓଡ଼ିଶା ଦେଖିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *