ବାର ସଭାପତି ଜ୍ୱାଇଁଙ୍କ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ,୧୭ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି

ଭୁବନେଶ୍ୱର :- ନୂଆପଲ୍ଲୀ ଥାନା ଆଇଆରସି ଭିଲେଜ ଏନ୍‌-୩/୭୪ରେ ରହୁଥିବା ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଘରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ  ପଶି ଚୋରି କରିଛନ୍ତି । ୧୭ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ନଗଦ ୧ଲକ୍ଷ ୭୦ ହଜାର ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଏନେଇ ଥାନାରେ ଆସିଷ୍ଟାଣ୍ଟ ପ୍ରଫେସର ଅଭିଜିତ୍ ମଙ୍ଗରାଜ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଅଭିଜିତ୍‌ଙ୍କ ଶଶୁର ଜଳେଶ୍ୱର ବାର ଆସୋସିଏସନ୍‌ର ସଭାପତି ଥିବାର ପୁଲିସ ମାମଲାକୁ ଅତି ଗୁରୁତ୍ୱପୂର୍ଣ୍ଣଭାବେ ନେଇ ତଦନ୍ତ କରୁଛି । ଗତକାଲି କୌଣସି କାମରେ ଅଭିଜିତ ଜଳେଶ୍ୱର ଯାଇଥିଲେ । ସେ ଘରର ବେଡ୍‌ରୁମ୍ ଏବଂ ମୁଖ୍ୟଗେଟରେ ତାଲା ପକାଇଛି ଯାଇଥିଲେ । ହେଲେ ରାତି ସାଢେ ୭ଟା ସମୟରେ ତାଙ୍କ ଘର ଆଗରେ ରହୁଥିବା ରବିନ୍ଦ୍ରନାଥ ଫୋନ୍ କରି ଘର କବାଟ ଖୋଲାଥିବା କହିଥିଲେ । ତୁରନ୍ତ ଖବା ପାଇବା ପରେ ଅଭିଜିତ ଜଳେଶ୍ୱରରୁ ଭୁବନେଶ୍ୱର ଆସି ଘର ଦେଖିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍‌ଭିନ୍ କରିଥିଲେ ।

Leave a Reply

Your email address will not be published. Required fields are marked *