ରାଜଧାନୀରେ ବେଆଇନ୍ ଭାବେ ଚାଲିଛି ଗାଡ଼ି ମୋଡ଼ିଫିକେସନ୍‌, ଆରଟିଓର ଅନୁମତି ନେଉନାହାନ୍ତି ଗାଡ଼ି ମାଲିକ

ଭୁବନେଶ୍ୱର:- ରାଜଧାନୀରେ ଏବେ ବେଆଇନ୍ ଭାବେ ଚାଲିଛି ଗାଡ଼ି ମୋଡ଼ିଫିକେସନ୍‌(ଗାଡ଼ିର ନୂଆ ଲୁକ୍‌) । ଅଧିକ ଟଙ୍କା ରୋଜଗାର ଆଶାରେ ଏକାଧିକ ଗ୍ୟାରେଜ ମାଲିକ ପୁରୁଣା ବାଇକ୍‌ର ନୂଆ ରୂପ ଦେଉଛନ୍ତି । ସ୍ପେଣ୍ଡର ହେଉ ଅବା ପ୍ଲାସନ୍ କିମ୍ବା ପଲସର ଗାଡ଼ି । ଏହି ଗାଡ଼ି ଗୁଡ଼ିକୁ ଗ୍ୟାରେଜ ରାତିଆରାତି ନୂଆରୂପ ଦେଉଛନ୍ତି । ଯାହାକୁ ଆରଟିଓ କଣ, ଗାଡ଼ି ମାଲିକ ମଧ୍ୟ ନିଜ ଗାଡ଼ିକୁ ଚିହ୍ନ ପାରୁନାହାନ୍ତି । ସେମାନେ ଗାଡ଼ିର ଚକା,ଟାଙ୍କି, ଟାୟାର ଏବଂ ସିଟ୍‌, ସାଇଲେନ୍ସର ସବୁ କିଛି ବଦଳାଇ ଦେଉଛନ୍ତି । ଏପରିକି ଗାଡ଼ିର ରଙ୍ଗ,ରୂପକୁ ମଧ୍ୟ ପରିବର୍ତ୍ତନ କରି ଦେଉଛନ୍ତି । ଯାହାକି ୧୯୮୮ ଏମ୍‌ଭିଆଇ ଆକ୍ଟ ଅନୁସାରେ ବେଆଇନ୍ । ଏବେ ଯୁବପିଢୀଙ୍କ ମଧ୍ୟରେ ଏହି ଗାଡ଼ି ମୋଡ଼ିଫିକେସନ୍ ପ୍ରତି ଆଗ୍ରହ ବଢୁଛି । ସେମାନେ ପୁରୁଣା ଗାଡ଼ିକୁ ବଦଳାଇ କେଜିଏଫ୍ ଗାଡ଼ିର ରୂପ ଦେଉଛନ୍ତି । ଏଭଳି ବେଆଇନ୍ ଭାବେ ଗାଡ଼ିର ରୂପ ବଦଳାଇ ଦିଆଯାଉଥିଲେ ମଧ୍ୟ ଆରଟିଓ ଏବଂ ପୁଲିସ ପକ୍ଷରୁ ଚଢଉ କରାଯାଉନାହିଁ । ଜଣେ ବ୍ୟକ୍ତି ଗାଡ଼ି କିଣିବା ସମୟରେ ଆରସି ବୁକ୍‌ରେ ଗାଡ଼ିର ରଙ୍ଗ, ଓଜନ, କେଉଁ ଗାଡ଼ି । ତାହାର ସବୁ କିଛି ତଥ୍ୟ ଆରସି ବୁକ୍‌ରେ ଉଲ୍ଲେଖ ରହୁଛି । କିନ୍ତୁ ଗାଡ଼ିର ମୋଡ଼ିଫିକେସନ୍ କରାଯିବା ଦ୍ୱାରା ତାହା କିଛି ଜଣାପଡୁନି । ସ୍ୱଳ୍ପ ଟଙ୍କାରେ ଧତରା ଗାଡ଼ିର ରୂପ ଦାମୀ ଗାଡ଼ିକୁ ପରିବର୍ତ୍ତନ ହୋଇଯାଉଛି । ଯାହାକି ପରବର୍ତ୍ତିନ ସମୟରେ ଗାଡ଼ି ମାଲିକ୍ ସମସ୍ୟାରେ ପଡ଼ିପାରନ୍ତି ।
କଣ ରହିଛି ଆଇନ୍‌ର ନିୟମ:
ଜଣେ ବ୍ୟକ୍ତି ନିଜର ଗାଡ଼ିର ମୋଡ଼ିଫିକେସନ୍ କରିବା ପୂର୍ବରୁ ଆରଟିଓରୁ ଅନୁମତି ନେବେ । ଗାଡ଼ିର କେଉଁସବୁ ପାର୍ଟ ବଦଳାଇ ମୋଡ଼ିଫିକେସନ୍ କରିବେ ତାହାକୁ ମଧ୍ୟ ମାଲିକ୍ ଆରଟିଓ ଅଧିକାରୀଙ୍କୁ ଜଣାଇବେ । ବିଶେଷ କରି ରେପୁଟେଡ୍ ଗ୍ୟାରେଜ୍‌ରେ ମୋଡ଼ିଫିକେସନ୍ କରିବା ପାଇଁ ଏମ୍‌ଭିଆଇ ଅନୁମତି ଦେବେ । ଗାଡ଼ିର ରଙ୍ଗ,ଇଞ୍ଜିନ୍ ଏବଂ ଇଞ୍ଜିନ୍‌କୁ ବଦଳାଇ କେବେ ଗାଡ଼ି ମାଲିକ ବଦଳାଇ ପାରିବେ ନାହିଁ । ୧୯୮୮ ଭାଇଓଲେସନ୍ ଅଫ୍ ଆରସି କଣ୍ଡିସନ୍ ସେକ୍ସନ ୩୯ ଅନୁସାରେ ଏଭଳି କରିବା ବେଆଇନ୍ । ଯଦି କେହି ଏହା କରୁଛନ୍ତି ତେବେ ଧରାପଡ଼ିଲେ ଗାଡ଼ି ଜବତ ହେବା ସହ ୫ହଜାର ଟଙ୍କା ଜରିମାନା ଗଣିବାର ନିୟମ ରହିଛି । ଏବେ କେବଳ ବାଇକ୍ ନୁହେଁ କାରର ମଧ୍ୟ ଲୁକ୍ ବଦଳାଇ ଦେଉଛନ୍ତି ।
ପ୍ରଦୂଷଣ ବଢାଉଛି ମଡେଲିଂ ସାଇଲେନ୍ସର:
ପୁରୁଣା ବାଇକ୍ ମୋଡ଼ିଫିକେସନ୍ କରାଯାଉଥିବାରୁ ଗାଡ଼ିର ସାଇଲେନ୍ସର ପାଇପ୍‌କୁ ମଧ୍ୟ ବଦଳାଇ ଦିଆଯାଉଛି । ଯେଉଁ ସାଇଲେନ୍ସର ପାଇପ୍ ଲାଗୁଛି ତାହା ପ୍ରଦୂଷଣକୁ ବଢାଉଛି । କାରଣ କମ୍ପାନୀ ଗାଡ଼ି ନିର୍ମାଣ କରିବା ପୂର୍ବରୁ କେଉଁ ଗାଡ଼ିର କିଭଳି ସାଇଲେନ୍ସର ପାଇପ୍ ଲାଗିବ, ତାହା ପରୀକ୍ଷା ନିରୀକ୍ଷା କରିବା ପରେ ଲଗାଯାଉଛି । କିନ୍ତୁ ଏହି ମୋଡ଼ିଫିକେସନ୍‌ରେ ତାହା କିଛି କରାନଯାଇ ମନ ଇଚ୍ଛା ସାଇଲେନ୍ସର ପାଇପ୍ ଲଗାଯାଉଛି । ଯାହାକି ସହରରେ ପ୍ରଦୂଷଣ ବଢାଉଛି । ନା ଏଥିପ୍ରତି କାହାର ନିଘା ଅଛି, ନା ଯାଞ୍ଚ ହେଉଛି ।
ଗାଡ଼ିର ଓଜନ ବଢିବା ଚାଳକ ପାଇଁ କାଳ:
କମ୍ପାନୀ ବହୁ ପରୀକ୍ଷା ନିରୀକ୍ଷା କରିବା ପରେ କେଉଁ ଗାଡ଼ିର କେତେ ଓଜର ରହିବ ତାହା ଇଂଞ୍ଜିନିୟର ସ୍ଥର କରି ପାଟ୍ସ ଲଗାଉଛନ୍ତି । କିନ୍ତୁ ଗାଡି ମୋଡ଼ିଫିକେସନ୍‌ରେ ତାହା ଦେଖାଯାଉନାହିଁ । ନା ଅଛନ୍ତି ଇଂଞ୍ଜିନିୟର ନା ଅଛନ୍ତି ଏକ୍ସପର୍ଟ । କେବଳ ଗ୍ୟାରେଜ ମାଲିକ୍ ୟୁ-ଟ୍ୟୁବ୍‌ରୁ ଶିଖି ଗାଡ଼ିି ମୋଡ଼ିଫିକେସନ୍ କରିୁଛନ୍ତି । ଯାହାଫଳରେ ପୁରୁଣା ଗାଡ଼ିର ଯେତିକି ଓଜର ଥିଲା ମୋଡ଼ିଫିକେସନ୍ କରିବା ପରେ ତାହାର ଓଜର ବଢି ଯାଉଛି । ଯାହାକି ପରବର୍ତ୍ତି ସମୟରେ ଚାଳକ ପାଇଁ କଳ ହେବ । କାରଣ ହାଲୁକା ଗାଡ଼ିର ଓଜର ବଢାଇବା ଫଳରେ ଅନେକ ସମୟରେ ଗାଡ଼ିଟି ଦ୍ରୁତଗତିରେ ଯିବା ଦ୍ୱାରା ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ତେଣୁ ଏହାକୁ ମଧ୍ୟ ଅନେକ ବାଇକ୍ ଇଂଞ୍ଜିନିୟର ବିରୋଧ କରୁଛନ୍ତି ।

Leave a Reply

Your email address will not be published. Required fields are marked *