ମଡେଲ୍‌ ସୌମ୍ୟ ଆତ୍ମହତ୍ୟା ମାମଲା: ଡିସିପିଙ୍କୁ ଭେଟିଲେ ପରିବାର

ଭୁବନେଶ୍ୱର :- ସୌମ୍ୟ ଆତ୍ମହତ୍ୟା ଘଟଣାକୁ ତିନିମାସ ପୁରିଲାଣି । ହେଲେ ସୌମ୍ୟ ଯାହାପାଇଁ ଆତ୍ମହତ୍ୟା କରିଛି ସେ ଆଜି ପର୍ଯ୍ୟନ୍ତ ଆଇନର କାଠଗଡାକୁ କାହିଁକି ଆସିନାହିଁ । ଏ ସମ୍ପର୍କରେ ସୌମ୍ୟଙ୍କ ପରିବାର ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଭୁବନେଶ୍ବର ଡିସିପି ପ୍ରତୀକ ସିଂହଙ୍କୁ ଭେଟି ମାମଲାର ଅଗ୍ରଗତି ପାଇଁ ନିବେଦନ କରିଛନ୍ତି । ସୌମ୍ୟ ଗତ ଫେବୃଆରୀ ୪ ତାରିଖରେ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପୂର୍ବରୁ ସୌମ୍ୟ ଚାରି ପୃଷ୍ଠାର ଏକ ସୁଇସାଇଡିଆଲ ନୋଟ ମଧ୍ୟ ଲେଖିଯାଇଥିଲେ ।

ଏଥିରେ ତାଙ୍କ ମୃତ୍ୟୁପାଇଁ ସୋନାଲି ନାମକ ଯୁବତୀଙ୍କ ନାଁ ଉଲ୍ଲେଖ କରିଥିଲେ ସୌମ୍ୟ । ହେଲେ ଇନ୍‌ଫୋସିଟି ଥାନା ପୋଲିସ କେସକୁ ଏକ ଅପମୃତ୍ୟୁ ମାମଲାର ରୂପ ଦେଇ କ୍ଲୋଜ କରିଦେଇଥିଲେ । ଗତ ଏପ୍ରିଲ ମାସରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣିଥରେ କେସର ରିଓପନ କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ମାମଲା ସମ୍ବନ୍ଧରେ କୌଣସି ଅଗ୍ରଗତି ହୋଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *