ବିବାହର ଦୁଇ ଦିନ ପୂର୍ବରୁ ମିଳିଲା ଶିକ୍ଷକଙ୍କ ମୃତଦେହ,

ବରଗଡ଼,:- ଗତକାଲି ବରଗଡ଼ ଜିଲ୍ଲା ବରପାଲି ବ୍ଲକ ମହଦା ଗ୍ରାମ ରାଞ୍ଜ ଜୋର ପୋଲ ତଳୁ ଜଣେ ଯୁବତୀଙ୍କ ଶବ ମିଳିଥିଲା । ତେବେ ଉକ୍ତ ଯୁବତୀ ଜଣକ ବରପାଲି ବ୍ଲକ ରକସା ପଞ୍ଚାୟତ ତେଜଙ୍ଗ ଗ୍ରାମର ଅନ୍ଧାରୀ ଦୀପ ବୋଲି ଜଣା ପଡିଥିଲା  । ଏନେଇ ବରପାଲି ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବାବେଳେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଥିଲା ।

ହେଲେ ଉକ୍ତ ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ମହିଳାଙ୍କ ପୁରୁଷ ବନ୍ଧୁ ଅତାବିରା ରୁଗୁଡିଟିକିରାର ମୂଳ ବାସିନ୍ଦା ଗୁଣନାଥ ମିର୍ଧା ଯିଏକି ତେଜଙ୍ଗ ହାଇସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ତାଙ୍କୁ ପୋଲିସ ଗତକାଲିଠୁ ଖୋଜୁଥିଲା । ହେଲେ ଆଜି ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଉମାଶଙ୍କର ଭବନରେ ଭଡା ଘରୁ ଗୁଣନାଥଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ଡୁଙ୍ଗୁରିପାଲି ଅତିରିକ୍ତ ତହସିଲଦାର୍  ଶେତପଦ୍ମ ଯୋଶୀ ଏବଂ ଉଭୟ ବରପାଲି ଓ ଡୁଙ୍ଗୁରିପାଲି ଥାନାର ପୋଲିସ ପହଞ୍ଚି ଶବ ଜବତ କରିଥିଲା ।

ଗୁଣନାଥଙ୍କ ହାତ ଓ ଗୋଡ଼ରେ ଏକ ଧାରୁଆ ଅସ୍ତ୍ରରେ କଟାଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ତଳେ ପଡିରହିଥିବା ଦେଖିବାକୁ ମିଳିଥିଲା । ଭଡା ଘର କବାଟ ଭିତରୁ ବନ୍ଦ ହୋଇରହିଥିବା ବେଳେ ବାହାରକୁ ରକ୍ତ ଧାର ବାହାରୁଥିବା ଦେଖି ଘରମାଲିକ ଡୁଙ୍ଗୁରିପାଲି ପୋଲିସକୁ ସୂଚନା ଦେଇଥିଲେ । ଡୁଙ୍ଗୁରିପାଲି ପୋଲିସ ମାଜିଷ୍ଟେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଶବକୁ ଜବତ କରିଥିଲା ।

ତେବେ କେତେବେଳେ ଗୁଣନାଥଙ୍କ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ଜଣାପଡୁଥିବା ବେଳେ ପ୍ରକୃତରେ ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟା ତାହା ପୋଷ୍ଟମର୍ଟମ ରିପୋଟ ଆସିବା ପରେ ଜଣାପଡିବ । ଗୁଣନାଥଙ୍କ ଚଳିତ ମାସ ୧୨ ତାରିଖରେ ବିବାହ ହୋଇଥାନ୍ତା ହେଲେ ବିବାହ ବେଦିରେ ବସିବା ପୂର୍ବରୁ ତାଙ୍କର ଜୁଇ ଜଳିବା ନେଇ ପରିବାର ଲୋକେ ସହଜରେ ସ୍ୱୀକାର କରିପାରୁନାହାନ୍ତି ।

Leave a Reply

Your email address will not be published. Required fields are marked *