ବ୍ରଜରାଜନଗର ଉପନିର୍ବାଚନ: ବୁଧବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ

ଝାରସୁଗୁଡା:  ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇ  କାଲି ଶେଷ ଦିନ।  ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ।  ତିନି ଦଳ ଝାରସୁଗୁଡାରେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ  ଯୋଜନା କରିଛନ୍ତି। ବିଜେଡି ୫ ହଜାର କର୍ମୀକୁ ନେଇ ଶୋଭାଯାତ୍ରା କରିବାକୁ ଯୋଜନା କରିଥିବା ବେଳେ ବିଜେପି ୨ ହଜାର କର୍ମୀଙ୍କୁ ଏକଜୁଟ କରିବ । ବିଜେଡି ବିଜେପିକୁ ଟକ୍କର ଦେବାକୁ କଂଗ୍ରେସ ବି ଶକ୍ତ ପ୍ରଦର୍ଶନ କରିବା ପାଇଁ  ପ୍ରସ୍ତୁତ କରିଛି ରଣନୀତି।ବ୍ରଜରାଜନଗର ଉପନିର୍ବାଚନ ପାଇଁ କାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ୩ ପ୍ରମୁଖ ଦଳର ପ୍ରାର୍ଥୀ କାଲି ଦାଖଲ କରିବେ ନାମାଙ୍କନ, ତେଣୁ  ଝାରସୁଗୁଡା ଦୁଲୁକିବ। ସବୁ ଦଳ ଶକ୍ତି ପ୍ରଦର୍ଶନ କରିବା ଯୋଜନା କରିଛନ୍ତି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି କାଲି ପୂର୍ବାହ୍ନରେ ଝାରସୁଗୁଡା ହେହରୁଆ ଛକରୁ  ବିଶାଳ  ଶୋଭଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିବେ। ଏଥିରେ ୫ ହଜାରରୁ ଅଧିକ  ଲୋକ ସାମିଲ ହୋଇପାରନ୍ତି । ପଞ୍ଚାୟତ ଓ ପୌରାଞ୍ଚଳର ସବୁ ୱାର୍ଡରୁ ଯେପରି ଦଳୀୟ କର୍ମୀ ଆସିବେ,  ସେଥିପାଇଁ ରଣନୀତି କରିଛି ଦଳ। ନାମାଙ୍କନ ସମୟରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତସିଂହ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ , ପର୍ଯ୍ୟବେକ୍ଷକ ସୁବାସ ସିଂହଙ୍କ ସହ ୧୫ରୁ ଅଧିକ ବିଧାୟକ ଯୋଗଦେବେ।

ବିଜେପି ମଧ୍ୟ ଜୋରଦାର ପ୍ରସ୍ତୁତି  କରିଛି। ୨ହଜାର କର୍ମୀଙ୍କୁ ନେଇ ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ  ରାଧାରଣୀ ପଣ୍ଡା । ନାମାଙ୍କନ ସମୟରେ  ରାଧାରାଣୀଙ୍କ ସହିତ ରହିବେ ବିଧାୟକ ଓ ସାଂସଦ। ଏପଟେ କଂଗ୍ରେସ ମଧ୍ୟ ଶକ୍ତି ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତି କରିଛି।  ନାମାଙ୍କନ ଦାଖଲ କରିବାସମୟରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ସହିତ ଅନେକ ତୁଙ୍ଗ ନେତା ଯୋଗ ଦେବେ।

ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ । ୨୭୯ଟି ବୁଥରେ ଭୋଟ ଗ୍ରହଣ ହେବ। ।

Leave a Reply

Your email address will not be published. Required fields are marked *