ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶାରେ ରେଳ ସୁରକ୍ଷା ସହ ସମ୍ପୃକ୍ତ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ସଙ୍ଗଠନ ମାନଙ୍କ ସମନ୍ୱୟ ବୈଠକ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବନସଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ ସଦର ମହକୁମାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅତିରିକ୍ତ ଡିଜି ରେଳ ଓ ତଟ ସୁରକ୍ଷା ଡ. ସୁଧାଂଶୁ ଷଡ଼ଙ୍ଗୀ, ଆରପିଏଫ ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ ମାନେ ଯୋଗ ଦେଇଥିଲେ ।ରାଜ୍ୟରେ ରେଳ ସୁରକ୍ଷାର ସ୍ଥିତି ଉପରେ ସନ୍ତୋଷ ବ୍ୟକ୍ତ କରାଯାଇଥିଲା । ଆଗାମୀ ଦିନରେ ସରକାରୀ ରେଲୱେ ପୋଲିସର ଭିତ୍ତି ଭୂମିର ଆଧୁନିକୀକରଣ, ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଓ ଟ୍ରେନ ମାନଙ୍କରେ ସିସିଟିଭି ସଂଯୋଗ, ମହିଳା ଯାତ୍ରୀ ମାନଙ୍କ ସୁରକ୍ଷା ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦିଆ ଯାଇଥିଲା । ଦୁଇ ବର୍ଷ ପରେ ଏଥର ପୁରୀରେ ରଥ ଯାତ୍ରା ପୂର୍ଣ୍ଣ ଭକ୍ତ ସମାଗମରେ ହେଉଥିବା ଯୋଗୁଁ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦୋବସ୍ତ କରିବାକୁ ପୋଲିସ ଡିଜି ବନସଲ୍ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *