ଓଡ଼ିଶାରେ କମ୍‌ ପବନ ହେବ, ଉପକୂଳରେ ପ୍ରବଳ ବର୍ଷିବ

ଭୁବନେଶ୍ୱର:- ବାତ୍ୟା ଅସାନି ଓଡ଼ିଶାରେ ସେତେଟା ପ୍ରଭାବ ପକାଇବ ନାହିଁ । ଓଡ଼ିଶାରେ କମ୍‌ ପବନ ବହିବା ସହିତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ । ମଧ୍ୟମ ଧରଣର ବର୍ଷା ହେବା ସହିତ କମ୍‌ ପବନ ବହିବ । ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ବର୍ଷା ଜାରି ରହିବ । ସେହିପରି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାରେ ମଧ୍ୟ ବର୍ଷା ହେବ । କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲରେ ବର୍ଷାର ପ୍ରଭାବ ଦେଖିବାକୁ ମିିଳିବ ।

ସାମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍‌, ଅଗ୍ନିଶମ ଟିମ୍‌କୁ ପ୍ରସ୍ତୁତ ରଖାଯାଇଥିବା ଏସ୍‌ଆର୍‌ସି କହିଛନ୍ତି । ୫ ଜିଲ୍ଲାରେ ୧୨ଟି ଅଗ୍ନିଶମ ଟିମ୍‌ ନିୟୋଜିତ କରାଯାଇଛି । ଏନେଇ ପ୍ରେସ୍‌ମିଟ୍‌ରେ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *