କଟକରୁ ଧରାପଡ଼ିଲେ ୩ ସାଇବର ଠକ,ବେନାମୀ ସିମ୍ ନେଇ ଠକେଇ କରୁଥିଲେ

ଭୁବନେଶ୍ୱର:-(ରିପୋର୍ଟ-ଶୁଶାନ୍ତ ପାତ୍ର) ୩ଜଣ ସାଇବର ଠକ ଏବେ ପୁଲିସ ହାତରେ । ସେମାନଙ୍କ ମଧ୍ୟରୁ ଜଣେ ଟେଲିକମ୍ ସଂସ୍ଥାର ରହିଥିବା ୨ଜଣ ସାଇବର ଠକ ଅଛନ୍ତି । ଟେଲିକମ୍ ସଂସ୍ଥାରୁ ବେନାମୀ ସିମ୍ ନେଇ ଲୋକଙ୍କୁ ଫୋନ୍ କରି ଠକେଇ କରୁଥିଲେ । ଏନେଇ ଭୁବନେଶ୍ୱର ଡିସିପି ଅଫିସ୍‌ରେ ଥିବା ସାଇବର ସେଲ୍‌ରେ ଅଭିଯୋଗ ହେବା ପରେ ୩ଜଣଙ୍କୁ କଟକରୁ ଉଠାଇଛି ସ୍ପେଶାଲ ସ୍କ୍ୱାଡ୍ ଏବଂ ସାଇବର ସେଲ । ।
ସେମାନଙ୍କ ଠାରୁ ଏକାଧିକ ସିମ୍ ଏବଂ ମୋବାଇଲକୁ ସ୍ପେଶାଲ ସ୍କ୍ୱାଡ୍ ଟିମ୍ ଜବତ କରିଥିବା ଜଣାପଡ଼ିଛି । ସେମାନଙ୍କ କେଉଁମାନଙ୍କୁ ସିମ୍ ବ୍ରିକି କରିଛନ୍ତି, ସେନେଇ ପଚରାଉଚରା କରୁଛି ପୁଲିସ । ଏ
ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଅଟକ ଥିବା ୩ ବ୍ୟକ୍ତି ଏକ ଟେଲିକମ୍ ସଂସ୍ଥାର ସିମ୍‌କୁ ବିନା ଡକ୍ୟୁମେଣ୍ଟରେ ବିକ୍ରି କରନ୍ତି । ଏପରିକି ଅନେକ ଲୋକେ ଏହି ସିମ୍‌କୁ ନେଇ ସାଇବର ଠକେଇ ଠାରୁ ଆରମ୍ଭ କରି ଅପରାଧ ଘଟାଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । କିନ୍ତୁ ୩ଜଣ ଅଭିଯୁକ୍ତ ମୁଖ୍ୟତଃ ଭ୍ୟାନିଟ୍ ନମ୍ବର(ଫ୍ୟାନ୍ସିଂ) ନମ୍ବରକୁ ଟାର୍ଗେଟ କରିଥାନ୍ତି । ସେମାନେ ଉକ୍ତ ନମ୍ବରକୁ ସ୍ୱାଇପ୍ କରି ଅଚଳ କରି ଦିଅନ୍ତି । ପରେ ଏହାକୁ ଜାଲ୍ ଜାଗଜପତ୍ରରେ ସିମ୍‌କୁ ଅନ୍ୟକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରି ଦେଇଥାନ୍ତି । ଏହିଭଳି ଏହି ରାକେଟ୍ ଏକାଧିକ ବ୍ୟାଙ୍କ୍ ସିମ୍‌କୁ ଅଚଳ କରି ଦେଇଥିଲେ । ଏନେଇ ଏକ ନିର୍ଦ୍ଧିଷ୍ଟ ଟେଲିକମ୍ ସଂସ୍ଥା ସାଇବରସେଲ୍‌ରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରିବା ପରେ ୩ ଅଭିଯୁକ୍ତଙ୍କ ଲିଙ୍କ୍ ମିଳିବା ପରେ ପୁଲିସ ସେମାନଙ୍କୁ ଉଠାଇ ଆଣିଛି ।

Leave a Reply

Your email address will not be published. Required fields are marked *