ରାତିରେ ମାତିଲେ ଲୁଟେରା, ରାଜ ଇଲୋଟ୍ରୋନିକ୍ସରୁ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

ଭୁବନେଶ୍ୱର:- ନୂଆପଲ୍ଲୀ ଥାନା ଅଞ୍ଚଳରେ ଥିବା ରାଜ୍ ଇଲୋଟ୍ରୋନିକ୍ସରୁ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଛି । ଦୁର୍ବୃତ୍ତ ସୋରୁମ୍‌ର ସଟ୍‌ର ତାଲା ତାଡ଼ି ଦୋକାନ ଭିତରେ ପଶି ୧୦ଟି ଏଲିଡି ଟିଭି, ୭ଟି ମୋବାଇଲ୍ ଫୋନ୍‌, ୨ଟି ଦାମୀ ମ୍ୟୁଜିକ୍ ସିଷ୍ଟମ, ନଗଦ ୩ଲକ୍ଷ ଲୁଟି ନେଇଛନ୍ତି । ଏନେଇ ଥାନାରେ ମ୍ୟାନେଜର ସନ୍ତୋଷ କୁମାର ବିଶ୍ୱାଳ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।
ଗତକାଲି ରାତିରେ ସୋରୁମ୍‌ର ସମସ୍ତ କର୍ମଚାରୀ ଯିବା ପରେ ମ୍ୟାନେଜର ଏବଂ ଅନ୍ୟମାନେ ତାଲା ଦେଇ ଘରକୁ ଯାଇଥିଲେ । ହେଲେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଆସି ସର୍ଟର ତାଲା ତାଡ଼ି ଭତରକୁ ପଶିଥିଲେ । ଭିତରେ ପଶିବା ପରେ କ୍ୟାସ୍ କାଉଣ୍ଟରରୁ ଖୋଜି ୩ଲକ୍ଷ ଟଙ୍କା, ଏବଂ ଏଲିଡି, ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ । ଲୁଟେରାମାନେ ଲୁଟ୍ ସାମଗ୍ରୀ ନେବା ପାଇଁ ୪ ଚକିଆ ବ୍ୟବହାର କରୁଥିବା ପୁଲିସ ଜାଣିବାକୁ ପାଇଛି । ଲୁଟେରାମାନେ ଲୁଟ୍ ସମୟରେ ମୁହଁରେ ମାସ୍କ ଏବଂ କପଡ଼ା ଗୁଡ଼ାଇଥିଲେ । ତେଣୁ ପୁଲିସ ସିସିଟିଭି ଫୁଟେଚ ଆଧାରରେ ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ଲାଗି ପଡ଼ିଛି ।

Leave a Reply

Your email address will not be published. Required fields are marked *