ବ୍ରହ୍ମପୁରରେ ମେୟର ପଦ ହାତେଇଲା ବିଜେଡି

ବ୍ରହ୍ମପୁର:-ବିଜେଡି ହାତକୁ ଗଲା ବ୍ରହ୍ମପୁର ମହାନଗର ମେୟର ପଦବୀ । ବିଜୟୀ ହେଲେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ।  ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ସଂଘମିତ୍ରା। ବିଜେପିର ସବିତା ସୁଆର ଓ କଂଗ୍ରେସର ମଞ୍ଜୁ ରଥଙ୍କୁ ହରାଇ ମେୟର ପଦ ହାତେଇବାରେ ସକ୍ଷମ ହୋଇଛନ୍ତି ସଂଘମିତ୍ରା।

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ କିଏ ହାତେଇବ ତାହା ଉପରେ ସମସ୍ତଙ୍କ ନଜର ଥିଲା। ବ୍ରହ୍ମପୁର ମେୟର ପଦ ବିଜେଡି ହାତକୁ ଯାଇଥିବା ବେଳେ ଏବେ ଭୁବନେଶ୍ୱର ଓ କଟକରେ କିଏ ବାଜିମାତ କରୁଛି ତାହା ଉପରେ ସମସ୍ତଙ୍କ ନଜର । ଉଭୟ ଭୁବନେଶ୍ୱର ଓ କଟକରେ ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ଓ ସୁବାସ ସିଂ ଆଗୁଆ ଅଛନ୍ତି। 3 ମହାନଗର ନିଗମ ସମେତ ୧୦୫ ପୌର ପରିଷଦ ନିମନ୍ତେ ଆଜି ଭୋଟ ଗଣତି ଚାଲୁ ରହୁଛି। ଅଧିକାଂଶ ସ୍ଥାନରେ ବିଜେଡି ସିଟ୍‌ ହାତେଇ ସାରିଥିବା ବେଳେ ବହୁ ଜାଗାରେ ଆଗରେ ରହିଛି। ପଛରେ ପଡ଼ି ଯାଇଛନ୍ତି ବିଜେପି, କଂଗ୍ରେସ। ପଞ୍ଚାୟତ ନିର୍ବାଚନରେ କ୍ଲିନ୍‌ ସୁଇପ କରିଥିବା ବିଜେଡି ଏଥର ବି ବାଜିମାତ କରିବ ବୋଲି ଆକଳନ କରାଯାଉଛି।

Leave a Reply

Your email address will not be published. Required fields are marked *