ରାଜନୈତିକ ଦଳକୁ ଆଇନା ଦେଖାଇଲେ ସ୍ୱାଧୀନ ପାର୍ଥି

ଭଦ୍ରକ:-ବିଜେଡି ଓ ଜାତୀୟ ଦଳ ବିଜେପିକୁ ଚକ୍‌ମା ଦେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ। ଦୁଇ ହେଭିୱେଟ୍‌ଙ୍କୁ ପରାସ୍ତ କରି ଭଦ୍ରକ ମ୍ୟୁନିସିପାଲିଟିର ଅଧ୍ୟକ୍ଷା ହୋଇପାରିଛନ୍ତି ଗୁଲମାକି ଦଲୱାଜି। ବିଜୟୀ ହେବା ପରେ ସେ ଭଦ୍ରକବାସୀଙ୍କ ଧନ୍ୟବାଦ ଜଣାଇଛନ୍ତି। ଗୁଲମାକି ୩୨୫୬ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

ଗୁଲମାକି ଦଲୱାଜି କହିଛନ୍ତି, ବିଜୟୀ ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି। ତାଙ୍କ ବିନା ଏହା ସମ୍ଭବ ହୋଇପାରିନଥା’ନ୍ତା। ସବୁ ଭଦ୍ରବାସୀଙ୍କୁ ମୁଁ ଧନ୍ୟବାଦ ଦେଉଛି। ସେମାନଙ୍କ ଆଶୀର୍ବାଦ ବିନା ମୁଁ ଏଠାକୁ ଆସିପାରି ନଥା’ନ୍ତି। ମୁଁ ସେମାନଙ୍କ ଭରସାକୁ କେବେ ତୁଟିବାକୁ ଦେବିନାହିଁ। ଭଦ୍ରକ ମ୍ୟୁନିସିପାଲିଟିର ୩୦ ୱାର୍ଡର ବିକାଶ କରିବି। ଡ୍ରେନେଜ, ମେଡିକାଲ୍‌ ସେବା, ରାସ୍ତା, ଶିକ୍ଷା ଓ ଅନ୍ୟନ୍ୟା ସମସ୍ୟାକୁ ସମାଧାନ କରିବି। ଆମେ ସମସ୍ତେ ମିଶି ଭଦ୍ରକକୁ ଏକ ସୁନ୍ଦର, ସ୍ୱଚ୍ଛ ଓ ଉନ୍ନତ ସହରରେ ପରିଣତ କରିବା। ଭଦ୍ରକରେ ଯେମିତି ଆମର ଭାଇଚାରା ଓ ଏକତା ଥିଲା, ଠିକ୍‌ ସେମିତି ଅଛି ଏବଂ ସବୁବେଳେ ରହିବ ବୋଲି ଗୁଲ୍‌ମାକି କହିଛନ୍ତି।

Leave a Reply

Your email address will not be published. Required fields are marked *