ବୀରଭୂମି ହିଂସା: ସିବିଆଇ ଏଫଆଇଆରରେ ୨୧ ଜଣଙ୍କ ନାଁ

କୋଲକାତା: ପଶ୍ଚିମବଙ୍ଗର ଭୀରଭୂମି ନରସଂହାର ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ। ମାର୍ଚ୍ଚ ୨୨ରେ ଜିଲ୍ଲାର ବୋଗଟୁଇ ଗାଁରେ କିଛି ଲୋକଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ୮ ଜଣ ଜୀବନ୍ତ ଜଳିଯାଇଥିଲେ। ଏବେ ସିବିଆଇ ତଦନ୍ତ ଦାୟିତ୍ୱ ହାତକୁ ନେବା ସହ ୨୧ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏଫଆଇଆରରେ ସିବିଆଇ ଦର୍ଶାଇଛି ଯେ ଟିଏମସି ନେତା ଶେଖ ବାବୁଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଏପରି ଘଟଣା ଘଟିଛି। ଘଟଣା ଘଟିବାର ଗୋଟିଏ ଦିନ ପୂର୍ବରୁ ଶେଖ ବାବୁଙ୍କୁ ବୋମା ମାଡ଼ କରାଯାଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହପାରେ ୭୦ରୁ ୮୦ ଜଣ ଲୋକ ମିଳିତ ଭାବେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକଙ୍କ ଘର ଉପରେ ଆକ୍ରମଣ କରିଥିଲେ।

ଘର ଭିତରେ ଥିବା ଲୋକଙ୍କୁ ହତ୍ୟା କରିବା ପାଇଁ ହିଁ ସେଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା। ଏଫଆଇଆରରେ ଥିବା ୨୧ ଜଣଙ୍କ ମଧ୍ୟରୁ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିପରି ଆଗକୁ ଅଧିକ ଲୋକଙ୍କୁ ଗିରଫ କରାଯିବ ବୋଲି ଜଣାପଡ଼ିଛି।
କ୍ୟାଲକାଟା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରଥମଦିନ ସିବିଆଇର ଟିମ ବୀରଭୂମିର ରାମପୁରହାଟ ପୁଲିସ୍‌ ଷ୍ଟେସନରେ ପହଞ୍ଚି ବିଭିନ୍ନ ଦସ୍ତାବିଜ ସଂଗ୍ରହ କରିଥିଲା। ଏଥିସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲା।ଫରେନ୍ସିକ ଟିମ୍‌ ମଧ୍ୟ ଅଧିକ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରିଛି। ନିଆଁରେ ଜଳି ଯାଇଥିବା ଘର ଗୁଡ଼ିକର ଭିତରୁ ଯାଇ ସିବିଆଇ ଟିମ୍‌ ତନତନ କରି ଯାଞ୍ଚ କରିଛି। ମାର୍ଚ୍ଚ ୨୨ରେ ରାଜନୀତିକ ହିଂସାକାଣ୍ଡରୁ ବୀରଭୂମିର ରାମପୁରହାଟରେ କିଛି ଦୁର୍ବୃତ୍ତ ୫ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ପୋଡ଼ି ହୋଇ ସଂଖ୍ୟାଲଘୁ ସଂପ୍ରଦାୟର ୮ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୨ ଶିଶୁ ଓ ନବ ଦମ୍ପତି ମଧ୍ୟ ଥିଲେ। ସମସ୍ତଙ୍କୁ ପୋଡ଼ି ମାରିବା ପୂର୍ବରୁ ମାଡ଼ ମରାଯାଇଥିଲା ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *