ମଣିପୁରରେ ସରକାର ଗଢିବ ବିଜେପି

ଇମ୍ଫାଲ: ମଣିପୁରରେ ମଧ୍ୟ ସରକାର ଗଢିବ ବିଜେପି। ରାଜ୍ୟର ମୋଟ୍ ୬୦ଟି ଆସନରୁ ବିଜେପି ୩୨ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ସହ ମେଣ୍ଟ ଦଳ ୫ଟି ଆସନ ପାଇଛି। ସେହିପରି ଜେଡିୟୁ ୬ଟି, ଆଇଏନଡି ୩ଟି, କେପିଏ ୨ଟି , ଏନପିଏଫ ୫, ଏନପିଏସ ୭ ଏବଂ ସ୍ୱାଧୀନ ୩ଟି ଆସନ ପାଇଛନ୍ତି। ସରକାର ଗଢିବାକୁ ଏଠାରେ ମ୍ୟାଜିକ୍ ନମ୍ବର ୩୧ ଥିବା ବେଳେ ବିଜେପି ୩୨ଟି ଆସନ ପାଇ ସଂଖ୍ୟା ଗରିଷ୍ଠ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ, ହେଙ୍ଗାଙ୍ଗ ନିର୍ବାଚନ ମଣ୍ଡଳୀରୁ ୧୮ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

ସେପଟେ ୨୨ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ମଣିପୁରରେ ଖାତା ଖୋଲିପାରିଛି ନୀତିଶ କୁମାରଙ୍କ ଜେଡିୟୁ । ୨୦୧୭ରେ ୨୮ଟି ଆସନ ଜିତି ସରକାର ଗଢିଥିବା କଂଗ୍ରେସ ଏଥର ଚତୁର୍ଥ ସ୍ଥାନକୁ ଖସି ଆସିଛି। ସେପଟେ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ଗ୍ରହଣ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜନତାଙ୍କ ଜନାଦେଶକୁ ସେ ସମ୍ମାନର ସହ ଗ୍ରହଣ କରୁଥିବା ଟ୍ୱିଟ୍ କରିଛନ୍ତି ।

ରାହୁଲ ଲେଖିଛନ୍ତି, ଏହି ନିର୍ବାଚନ ଫଳାଫଳରୁ ଆମେ ନିଶ୍ଚୟ ଶିଖିବୁ ଏବଂ ଦେଶବାସୀଙ୍କ ପାଇଁ କାମ କରିବା ଜାରି ରଖିବୁ।  ଏହାସହ ନିର୍ବାଚନରେ ସବୁ ବିଜୟୀଙ୍କୁ ସେ ବଧାଇ ଜଣାଇବା ସହ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ କଂଗ୍ରେସ କର୍ମୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।  ସେପଟେ ୫ ରାଜ୍ୟ ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଯେଉଁ ଆଶା ରଖିଥିଲା, ତାର ବୀପରିତ ଫଳ ମିଳିଛି ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ରଣଦୀପ ସୂର୍ଯୋୱାଲା ଫଳାଫଳର ତର୍ଜମା ପାଇଁ ସୋନିଆ ଗାନ୍ଧି ତୁରନ୍ତ CWC ବୈଠକ ଡାକିବାକୁ ନିଷ୍ପତ୍ତି ନେଇଥିବା ସୂର୍ଯୋୱାଲା କହିଛନ୍ତି।

Leave a Reply

Your email address will not be published. Required fields are marked *