ବିଜେପିର ବିଜୟ ପରେ ୫ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

ନୂଆଦିଲ୍ଲୀ:  ୪ ରାଜ୍ୟରେ ବିଜେପିର ବିଜୟ ପରେ ବିଜେପି ଶିବିରରେ ଉତ୍ସାହ । ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟ ପୁଣି ଥରେ ବିଜେପିକୁ ମଜଭୁତ କରିଛି  ।  ଏକପାଖିଆ ବିଜୟ ସହ ମଣିପୁର, ଗୋଆ, ଉତ୍ତରାଖଣ୍ଡରେ ବିଜେପି ମାରିଛି ବାଜିମାତ । କାମ କରିଛି ନିର୍ବାଚନ ଇସ୍ତାହାରର ପ୍ରଭାବ । ଏହାକୁ ନେଇ ଦଳୀୟ କର୍ମୀଙ୍କୁ ଖୁସି ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ କାର୍ଯ୍ୟାଳୟରେ ସଂନ୍ଧ୍ୟାରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପଢୌକନ ପ୍ରଦାନ କରି ସ୍ୱାଗତ କରିଥିଲେ  । ପୁଷ୍ପ ବର୍ଷା କରିଥିଲେ ଉପସ୍ଥିତ କାର୍ଯ୍ୟକର୍ତ୍ତା ତଥା ଶୁଭେଛୁ  ।

ଭୋଟରଙ୍କ ବିପୁଳ ସମର୍ଥନ ପାଇବା ପରେ ୪ ରାଜ୍ୟରେ ସରକାର ଗଢିଛି ବିଜେପି  । ୩୧ ବର୍ଷ ପରେ କୌଣସି ଏକ ଦ୍ୱିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି  । ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ବିଜେପିକୁ ବହୁମତ ଦେଇଥିବା ସମସ୍ତ ରାଜ୍ୟକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ  । ଦେଶର ଦୃଢ ନେତୃତ୍ୱ  ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି  । ବିକାଶ ଓ ପ୍ରଗତୀଶୀଳ କାର୍ଯ୍ୟ ହିଁ ଜନାଦେଶକୁ ନିଜ ସପକ୍ଷକୁ ଆଣିବାରେ ସଫଳ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଉତ୍ତରପ୍ରଦେଶରେ ମାଫିଆରାଜ, ଗୁଣ୍ଡାରାଜ ଶେଷ ସୀମାରେ ଥିଲା  । ରୋଡ ଠାରୁ ରେଳ ଭିତ୍ତିଭୂମି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରେର ପଛରେ ରହିଯାଇଥିଲା ୟୁପି  । କିନ୍ତୁ ୨୦୧୭ରେ ଭାଜପା ସରକାର ଗଠନ କରିବା ପରେ ଯୁପିର ଦଶା ଓ ଦିଶାରେ ପରିବର୍ତ୍ତନ ଘଟିଥିଲା  । ସାଧାରଣ ଲୋକଙ୍କ ବିଶ୍ୱାସକୁ ବିକାଶରେ ପରିଣତ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ  ।

ଉତ୍ତର ପ୍ରଦେଶରୁ ଉତ୍ତରାଖଣ୍ଡରେ ବିଜେପିର ହାଇ ଜୋସ  । ଗୋଆ ମଣିପୁରରେ ପଦ୍ମରାଜ  । ୫ ରାଜ୍ୟରୁ ୪ ରାଜ୍ୟରେ ବିଜେପିର ଗ୍ରାଣ୍ଡ ଭିକ୍ଟରି । ପଞ୍ଜାବ ବ୍ୟତୀତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଚାଲିବ ଗୈରିକରାଜ୍ । ଉତ୍ତରପ୍ରଦେଶରେ ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଲଗାତାର ଦୁଇ ଥର କ୍ଷମତାସୀନ ହେବାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଛନ୍ତି ରେକର୍ଡ । ରାଜ୍ୟରେ ବାହୁବଳୀଙ୍କ ବଦଳରେ ଆସିଲା ବଜରଙ୍ଗୀବାଲୀଙ୍କ ଶାସନ । ତେବେ ଗତଥର ତୁଳନାରେ ବିଜେପିର ଆସନ ସଂଖ୍ୟା କମ୍ ହୋଇଛି । ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ପ୍ରାୟ ଦୁଇଗୁଣ ଅଧିକ ଆସନ ହାସଲ କରିଛି । କଣ ରହିଲା ବିଜେପିର ଉଇନିଂ ଫାକ୍ଟର? ଠାକୁର ବା ରାଜପୁତ, ବ୍ରାହ୍ମଣ ଓ ବଣିଆଙ୍କ ଭୋଟ ହେଲାନି ହାତଛଡ଼ା ।

ଏପରିକି ଜାଠ୍ ଭୋଟ ବି ହାତେଇବାରେ ସକ୍ଷମ ହେଲା ପଦ୍ମଦଳ । କୋଭିଡର ଦୁଃସ୍ଥିତି ଚିତ୍ରକୁ ନେଇ ବିଜେପି ନିନ୍ଦିତ ହୋଇଥିଲେ ବି ଏହାକୁ ଅସ୍ତ୍ର କରିବାରେ ବି ବିଫଳ ହେଲେ ବିରୋଧୀ । ଏହା ସହ ମାଗଣା ବିଜୁଳି, ଗହମ ଓ ଧାନ ଲାଗି ଏମଏସପି, ମାଗଣା ସ୍କୁଟର ତଥା କୃଷକଙ୍କ ଲାଗି ଯୋଜନା ବି ବିଜେପିକୁ ଦେଲା ସାଥ୍ । କଂଗ୍ରେସର ଦୁର୍ବଳ ନେତୃତ୍ବ, ଦଳିତ ବର୍ଗଙ୍କ ସହ ଗୋପନ ବୁଝାମଣା ବିଜେପିକୁ ପିନ୍ଧାଇଲା ମୁକୁଟ । ସମସ୍ତ ଚେଷ୍ଟା ସତ୍ତ୍ବେ ମୂଳପୋଛ ଅବସ୍ଥାକୁ ଆସିଛି କଂଗ୍ରେସ । ମାତ୍ର ୪ ମାସରେ ୩ ଜଣ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିବା ଉତ୍ତରାଖଣ୍ଡରେ ପୁଣି ବିଜେପି ମାରିଲା ବାଜିମାତ୍ । ଯଦିଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପରାଜିତ ହୋଇଛନ୍ତି ତେବେ କଣ ରହିଲା ଦଳର ବିଜୟର କାରଣ? ଅବକି ବାର୍ ୬୦ ପାର୍ ସ୍ଲୋଗାନର ସଫଳତା ମୂଳରେ କାରଣ କ’ଣ? ବିଜେପିର ଡବଲ ଇଞ୍ଜିନ ସ୍ଲୋଗାନ, ମାଗଣା ରେସନ, ସଫଳ କୋଭିଡ ପରିଚାଳନା, କଲ୍ୟାଣ ଯୋଜନା ହିଁ ବିଜେପିକୁ ପିନ୍ଧାଇଲା ମୁକୁଟ । କଂଗ୍ରେସ ନେତା ହରିଶ ରାଓ୍ବତଙ୍କ ଦୁର୍ବଳ ନିର୍ବାଚନ ପରିଚାଳନା ବି ବିଜେପିକୁ ହେଲା ସହାୟ ।

ସେହିପରି ମଣିପୁରରେ ପୁଣି ବିଜେପି ଲାଗି ମୂଲ୍ୟବାନ ସାବ୍ୟସ୍ତ ହୋଇଛି ବିବାଦୀୟ ଆଫପ୍ସା ପ୍ରସଙ୍ଗ । କେନ୍ଦ୍ରରେ ବିଜେପି ଶାସନ ଥିବାରୁ ଏହି ଆଇନକୁ ହଟାଇବା ଲାଗି ରାଜ୍ୟରେ ବିଜେପି ସରକାର ଦରକାର ବୋଲି ବିଚାର କରିଛନ୍ତି ରାଜ୍ୟବାସୀ । ଏହା ସହ ରାଜ୍ୟର ବିକାଶ ଲାଗି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରରୁ ଅଧିକ ପାଣ୍ଠି ଆସିବା ନେଇ ରାଜ୍ୟବାସୀ ବାନ୍ଧିଲେ ଆଶା । ଏହା ସହ ପାର୍ବତ୍ୟାଞ୍ଚଳକୁ ଯାଅ ସ୍ଲୋଗାନକୁ ଲୋକେ କରିଛନ୍ତି ପସନ୍ଦ । ପାର୍ବତ୍ୟାଞ୍ଚଳ ଓ ଉପତ୍ୟକା ଅଞ୍ଚଳରେ ବିଶେଷ ସଫଳତା ଲାଭ କରିଛି ବିଜେପି । ଗୋଆରେ କାମ କଲା ପ୍ରମୋଦ ସାଓ୍ବନ୍ତଙ୍କ କ୍ଲିନ ଇମେଜ । ବିଜେପି ଗଡଫାଦର ମନୋହର ପାରିକରଙ୍କ ପୁଅଙ୍କ ବିଦ୍ରୋହ ସତ୍ତ୍ବେ ଗୋଆରେ ଚାଲିଲା ପଦ୍ମରାଜ୍ । ଏହା ସହ ସମସ୍ତ ଗାଁରେ ଘର ଯୋଜନା, ସ୍ବଳ୍ପ ସୁଧ ହାରରେ ଋଣ, ପ୍ରତି ପରିବାରକୁ ମାଗଣା ଏଲପିଜି ସ୍ଲୋଗାନ ବି ବିଜେପିକୁ ପିନ୍ଧାଇଲା ସଫଳତାର ମାଳ । ବିରୋଧୀ କଂଗ୍ରେସର ଭୁଲ ଗୋଟିଚାଳନା, ସଫଳ ନେତୃତ୍ବର ଅଭାବ, ଛୋଟ ଦଳ ସହ ନିର୍ବାଚନ ବୁଝାମଣାର ଅଭାବ ହିଁ ହେଲା ବିଜେପି ବିଜୟର ମୂଳ କାରଣ ।

ବିଜୟ ପରେ ବିଜେପିର ଶୀର୍ଷ ନେତା ଦିଲ୍ଲୀ କାର୍ଯ୍ୟାଳୟରେ ପହଁଚିଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଗୃହମନ୍ତ୍ରୀ ରାଜନାଥ ସିଂ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଉପସ୍ଥିତ ରହିଥିଲେ । ଅନ୍ୟାନ ବରିଷ୍ଠ ନେତା ମଧ୍ୟ ବିଜେପି କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ  । ସେପଟେ ଲକ୍ଷ୍ନୌରେ ପ୍ରଦେଶ କାର୍ଯ୍ୟାଳୟରେ ଯୋଗୀ ଆଦିତ୍ୟ ନାଥ ଏବଂ ଉତ୍ତର ପ୍ରଦେଶ ବିଜେପିର ଅନ୍ୟାନ ବରିଷ୍ଠ ନେତା ବିଜୟ ଉତ୍ସବ ପାଳନ କରିଥିଲେ  ।

Leave a Reply

Your email address will not be published. Required fields are marked *