ବିଜେପିର ଗୋଆ ଦଖଲ

ପାଣାଜୀ: –ବିଜେପିର ଗୋଆ ମିଶନ ସଫଳ । ୪୦ରୁ ୨୦ ଆସନରେ ବିଜୟୀ । ସମ୍ପୂର୍ଣ୍ଣ ଫଳାଫଳ ଆସି ସାରିଥିବା ବେଳେ ବହୁମତଠାରୁ ଗୋଟିଏ ଆସନ ପଛରେ ରହିଛି ବିଜେପି । ତେବେ ୩ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ବିଜେପିକୁ ଥିବା ଦଳ ତରଫରୁ ସ୍ପଷ୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏହା ସ୍ପଷ୍ଟ କରିଥିବା ବେଳେ ଶୀଘ୍ର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ ବୋଲି କହିଛନ୍ତି ।

କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଏହା ଗୋଆ ଫଳାଫଳରୁ ମଧ୍ୟ ଦେଖିବାକୁ ମିଳିଛି । ଦଳ ମାତ୍ର ୧୧ ଆସନ ହାତେଇବାକୁ ସକ୍ଷମ ହୋଇଛି ।

ଅନ୍ୟପକ୍ଷରେ ଗତ ନିର୍ବାଚନରେ ଖାତା ଖୋଲି ପରି ନଥିବା ଆମ ଆଦମୀ ପାର୍ଟି ଚଳିତ ନିର୍ବାଚନରେ ୨ଟି ଆସନ ଜିତିବାକୁ ସକ୍ଷମ ହୋଇଛି । ଅନ୍ୟମାନଙ୍କ ଖାତାକୁ ୭ଟି ଆସନ ଯାଇଛି ।

Leave a Reply

Your email address will not be published. Required fields are marked *