ୟୁପିରେ ନିର୍ବାଚନ ହାରିଗଲେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ

ୟୁପି:-ୟୁପିରେ ବିଜେପି ବଡ ବିଜୟ ମୁହାଁ ହୋଇ ଲଗାତାର ଦ୍ୱିତୀୟ ଥର ପାଇଁ ଶାସନ କ୍ଷମତା ଅକ୍ତିଆର କରିବା ଦିଗରେ ଅଗ୍ରସର ହେଉଛି । ବର୍ତ୍ତମାନ ସୁଦ୍ଧା ବିଜେପି ୨୭୩ ସିଟରେ ଆଗୁଆ ଥିବାବେଳେ, ସମାଜବାଦୀ ପାର୍ଟି ବହୁ ପଛରେ ଅର୍ଥାତ ୧୨୫ ସିଟରେ ଆଗୁଆ ଅଛି । ହେଲେ ଏହାରି ଭିତରେ ବିଜେପିକୁ ଲାଗିଛି ବଡ ଝଟକା । ଦଳର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁ ଆସନରୁ ନିର୍ବାଚନ ହାରି ଯାଇଛନ୍ତି । ପ୍ରତିଦ୍ୱନ୍ଦ୍ୱୀ ପଲ୍ଲବୀ ପଟେଲଙ୍କଠାରୁ ୟୁପି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ୭୩୩୭ ଭୋଟରେ ହାରିଯାଇଥିବା ସୂଚନା ମିଳିଛି ।

ତେବେ ସିରାଥୁ ଆସନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଏପରିକି କିଛି ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟ ନଜର ଆସିଥିଲା । ମତଗଣନା ସ୍ଥଳରେ ପଥରମାଡ ଓ ପୋଲିସ ସହ ଧସ୍ତାଧସ୍ତି ହେବା ଖବର ଶୁଣିବାକୁ ମିଳିଥିଲା । ତେବେ ରି-କାଉଣ୍ଟିଂ ଦାବିରେ ବିଜେପି ଏଜେଣ୍ଟ ଏପରି ହଙ୍ଗାମା କରିଥିଲେ । ହେଲେ ପରିଶେଷରେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁ ଆସନରୁ ହାରି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *