ଅପହୃତ ଯୁବକକୁ ଗିରଫ କଲା କମିଶନରେଟ୍‌ ପୁଲିସ୍‌

ଭୁବନେଶ୍ୱର:-ଅପହୃତ ଯୁବକକୁ ଗିରଫ କଲା କମିଶନରେଟ୍‌ ପୁଲିସ୍‌। ତେବେ ଏଠି ପ୍ରଶ୍ନ ଉଠୁଛି, ଅପହରଣରେ ଶିକାର ହୋଇଥିବା ଯୁବକକୁ କାହିଁକି ଗିରଫ ହେଲା ପୁଲିସ୍‌? ଏହାର କାରଣ ଜାଣିବାକୁ ହେଲେ ପୂରା ଘଟଣାକୁ ଜାଣିବାକୁ ପଡ଼ିବ।ପୂରା ଘଟଣାଟି ଏମିତି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ବିବେକାନନ୍ଦ ମହାଲି ହନୁମାନ ପଇସା କାରବାର କରୁଥିବା ଅଭିଯୋଗ ହୋଇଥିଲା। ସେ ହନୁମାନ ପଇସା ଦେବ ବୋଲି କହି ୩ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ହନୁମାନ ପଇସା ଦେଇପାରିନଥିଲା। ଏପରିକି ନେଇଥିବା ଟଙ୍କା ଫେରାଉନଥିଲା।

ତିନି ଦିନ ତଳେ ବିବେକାନନ୍ଦ କଟକ ଆସିଥିଲା। ସେହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରିନେଇ ଭୁବନେଶ୍ୱରରେ ଏକ ହୋଟେଲ୍‌ରେ ବନ୍ଦୀ କରି ରଖିଥିଲେ। ସେଠାରେ ତାଙ୍କୁ ନିର୍ଦ୍ଧୁମ ଛେଚିଥିଲେ। ବିବେକାନନ୍ଦଙ୍କ ଦେହରୁ ଲୁଗା ଖୋଲି ପିଟି ଥିଲେ। ଆଉ ମାଡ଼ ମରାଯାଉଥିବାର ଭିଡିଓ ସୁଟିଂ କରି ପରିବାର ଲୋକଙ୍କ ପାଖକୁ ପଠାଇଥିଲେ। ୨୫ ଲକ୍ଷ ଟଙ୍କା ଦେଲେ ପୁଅକୁ ଫେରାଇବୁ ବୋଲି ଦୁର୍ବୃତ୍ତମାନେ କହିଥିଲେ। ଯାହାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ।

ବିବେକାନନ୍ଦଙ୍କ ପରିବାର ଲୋକେ ଏନେଇ ଭୁବନେଶ୍ୱର ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କୌଣସି ସୂତ୍ରାରୁ ଖବର ପାଇ କମିଶନରେଟ୍‌ ପୁଲିସ୍‌ ଏକ ହୋଟେଲ୍‌ରେ ଚଢ଼ଉ କରି ଅପହୃତ ଯୁବକ ବିବେକାନନ୍ଦଙ୍କୁ ଉଦ୍ଧାର କରିଥିଲା। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ବୟାନ୍‌ ଆଧାରରେ ପୁଲିସ ବିବେକାନନ୍ଦଙ୍କୁ ଗିରଫ କରିଛି। ବିବେକାନନ୍ଦ ହନୁମାନ ପଇସା ଚାଲାଣ କରୁଥିବା ନେଇ ଦୁର୍ବୃତ୍ତମାନେ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *