ଗ୍ରାହକ ବେଶରେ ଆସି ଇଂଣ୍ଟେରିୟର ଦୋକାନରୁ ଏକ ଲକ୍ଷ ଲୁଟ୍‌

ଭୁବନେଶ୍ୱର:- ସହିଦ୍‌ନଗର ଥାନା ଟଙ୍କପାଣି ରୋଡ୍ ସାଈ ମନ୍ଦିର ନିକଟରେ ଥିବା ଏକ ଇଂଣ୍ଟେରିୟର ଦୋକାନରୁ ପୁଣି ଏକ ଲକ୍ଷ ଟଙ୍କା ଲୁଟ ହୋଇଛି । ଲୁଟର ଶିକାର ହୋଇଥିବା ଦୋକାନୀ ମାଲିକ ସ୍ମୃତିରଞ୍ଜନ ଭୂୟାଁ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
ଟଙ୍କା ପାଣି ସାଈ ମନ୍ଦିର ନିକଟରେ ଅନ୍ନପୂର୍ଣ୍ଣା ଇଂଣ୍ଟେରିୟର ଦୋକାନ ରହିଛି । ଏହି ଦୋକାନ ମାଲିକ ସ୍ମତିରଞ୍ଜନ ହୋଇଥିବା ବେଳେ ତାଙ୍କ ବାପା ସକାଳ ସମୟରେ ବସନ୍ତି । ସବୁଦିନ ଭଳି ବୁଧବାର ସକାଳ ୮ସମୟରେ ଲୁଟେରା ଜଣଙ୍କ ସୁଟ୍‌,ବୁଟ୍ ପିନ୍ଧି ଏଫ୍‌-ଜେଡ୍ ବାଇକ୍‌ରେ ତାଙ୍କ ଦୋକାନ ନିକଟକୁ ଆସିଥିଲେ । ଲୁଟେରା ବାଇକ୍‌କୁ ଦୋକାନ ବାହାରେ ରଖି ଦୋକାନ ଭିତରକୁ ଯାଇଥିଲେ । ସେ ତାଙ୍କ ଦୋକାନରୁ ୨ଲକ୍ଷ ଟଙ୍କାର ମାଲ୍ ନେବେ ବୋଲି କହିଥିଲେ । ଏହା କହିବା ପରେ ସ୍ମୃତିରଞ୍ଜନଙ୍କ ବାପା ତାଙ୍କୁ ଚା’ ପିଇବାକୁ ଦେଇଥିଲେ । ଲୁଟେରା ଜଣଙ୍କ ଚା’ ପିଇବା ପରେ ସାମଗ୍ରୀ କିଣିବା ପାଇଁ ଦୋକାନ ବୁଲି ଦେଇଥିଲେ । ଏପରିକି କେଉଁଠି ସିସିଟିଭି ଅଛି ତାହା ମଧ୍ୟ ଦେଖିଥିଲେ । ଦୋକାନ ପୂଜା ହୋଇନଥିବାରୁ ନନା ଫୁଲ ଦେଇଯାଇଥିଲେ । ତେଣୁ ଦୋକାନରେ ଥିବା ସ୍କୃତିରଞ୍ଜନଙ୍କ ବାପା ଲୁଟେରାଙ୍କୁ ଅପେକ୍ଷା କରିବାକୁ କହିଥିଲେ । ଏପରିକି ଦୋକାନ ବାହାରେ ତାଙ୍କ ପାଇଁ ପ୍ଲାଷ୍ଟିକ୍ ଚେୟାର ପକାଇଥିଲେ । ହେଲେ ଲୁଟେରା ବାହାରେ ନ ବସି ଦୋକାନ ଭିତରେ କ୍ୟାସ୍ କାଉଣ୍ଟର ସମ୍ମୁଖରେ ବସିଥିଲେ । ଏହି ସମୟରେ ସ୍ମୃତିରଞ୍ଜନଙ୍କ ବାପା ପୂଜା ପାଇଁ ବାଲଟିରେ ପାଣି ଆଣିବା ପାଇଁ ଯାଇଥିଲେ । ଏହାର ସୁଯୋଗରେ ଲୁଟେରା ଜଣଙ୍କ କ୍ୟାସ୍ କାଉଣ୍ଟଟ ଖୋଲି ସେଥିରେ ଥିବା ଏକ ଲକ୍ଷ ଟଙ୍କା ନିଜ ପ୍ୟାକେଟ୍‌ରେ ପୁରାଇ ଚମ୍ପଟ ମାରିଥିଲେ । ଦୋକାନ ବାହାରେ ସ୍ମୃତିରଞ୍ଜନଙ୍କ ବାପା ଲୁଟେରାଙ୍କୁ କଣ ପଳାଇଲେ ବୋଲି ପଚାରିଥିଲେ । ହେଲେ ଲୁଟେରା ଜଣଙ୍କ ଫୋନ୍‌ରେ କଥା ହୋଇ ପରେ ଆସିବେ ବୋଲି କହି ପବନ ବେଗରେ ଚମ୍ପଟ ମାରିଥିଲେ । ପରେ ଅନ୍ୟକୁ ପେମେଣ୍ଟ ଦେବାକୁ ସ୍ମୃତିରଞ୍ଜନ ଆସିବା ପରେ କ୍ୟାସ୍ କାଉଣ୍ଟର ଖୋଲିବା ପରେ ସେଥିରେ ଟଙ୍କା ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏ ଟଙ୍କା ବିଷୟରେ ତାଙ୍କ ବାପାଙ୍କୁ ପଚାରିବାରୁ ଏନେଇ ଜାଣିନଥିବା କହିଥିଲେ । ପରେ ସ୍କୃତିରଞ୍ଜନ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଲୁଟ୍ ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଛନ୍ତି । ଟଙ୍କପାଣି ସାଈ ମନ୍ଦିର ନିକଟରୁ ଲୁଟ କରିଥିବା ଲୁଟେରା ଜଣଙ୍କ ସହରର ଏକାଧିକ ସ୍ଥାନରୁ ଲୁଟପାଟ କରିଛନ୍ତି ।

Leave a Reply

Your email address will not be published. Required fields are marked *