ଚୋରି କାରକୁ ୨୪ ଘଣ୍ଟାରେ ଜବତ କଲା ପୁଲିସ

ଭୁବନେଶ୍ୱର:- କାର୍‍ ଚୋରି ହେବାର ୨୪ ଘଣ୍ଟା ଭିତରେ ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ଚୋରି କାର୍‍କୁ ପୁଲିସ ପିପିଲିରୁ ଜବତ କରିଛି । କାରକୁ ପୁଲିସ ଏହାର ମାଲିକ ମଣିରତ୍ନୀ ପଟ୍ଟନାୟକଙ୍କୁ ଫେରାଛନ୍ତି । ପୁଲିସ ତ୍ୱରିିତ ପଦେକ୍ଷପ ପାଇଁ ମଣିରତ୍ନୀ ପୁଲିସକୁ ପ୍ରଶଂସା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅନୁଗୋଳ ନାଲ୍‍କୋରେ ଏଜିଏମ୍‍ ଭାବେ କାର୍ଯ୍ୟରତ ମଣିରତ୍ନ ପଟ୍ଟନାୟକଙ୍କ ଗାଡି ତାଙ୍କୁ ଶଳା ସାଇପ୍ରସନ୍ନ ଦାସ(୪୫) ଉପହାର ସ୍ୱରୂପ ଦେଇଥିଲେ । ସେ ରହୁଥିବା ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ଲେନ୍‍-୨, ପ୍ଳଟ ନମ୍ବର ୩୬୮ରେ ଗାଡିକୁ ପାର୍କିଂ କରିଥିଲେ । ମଙ୍ଗଳବାର ଭୋରୁ ୪ ଜଣ ଦୁର୍ବୃତ୍ତ ଏକ ବୋଲେରୋ ଲେନ୍‍-୨କୁ ପ୍ରବେଶ କରିଥିଲେ । ପ୍ରଥମେ ବୋଲେରୋକୁ ରଖି ୪ ଯୁବକ ଗାଡିରୁ ଓହ୍ଲାଇ ମଣିରତ୍ନଙ୍କ ୱାଗନର କାର୍‍କୁ ଖୋଲ ଦୁର୍ବୃତ୍ତମାନେ ନେଇ ପଳାଇଥିଲେ । ହେଲେ ଲେନ୍‍-୪ରେ ବୋଲେରୋକୁ ଛାଡି ଦୁର୍ବୃତ୍ତମାନେ ପଳାଇଥିଲେ । ସାଇପ୍ରସନ୍ନ ବୁଧବାର ଦିନ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ବୋଲେରୋକୁ ଜବତ କରିବା ସହ ୱାଗନର କାର୍‍ ସହ ଲୁଟେରାମାନଙ୍କୁ ଧରିବାକୁ ଜୋରଦାର ଉଦ୍ୟମ କରିଥିଲା । ପୁଲିସ ସହରରେ ଲାଗିଥିବା ସିସିଟିଭି ଆଧାରରେ ପୁଲିସ ତଦନ୍ତ କରିଥିଲା । ତଦନ୍ତ ବେଳେ ଜଣାପଡିଥିଲା କାରଟି ପୁରୀ ଅଭିମୁଖେ ଯାଇଛି । ପୁଲିସ ପିପିଲି ଟୋଲ ଗେଟ୍ ନିକଟରେ ଯାଞ୍ଚ କରିବା ପରେ କାରଟି ଯାଇଥିବା ସ୍ପଷ୍ଟ ହେଲା । ଏହାପରେ ପୁଲିସ ପିପିଲି ବଜାର ନିକଟରେ ଥିବା ଏକ ଦୋକାନ କଡ଼ରୁ ମିଳିଥିଲା । ଦୁର୍ବୃତ୍ତମାନେ କାରକୁ ଦୁର୍ଘଟଣା କରିଥିଲେ । ଯେଉଁଥି ପାଇଁ ସେମାନେ କାରକୁ ସଜାଡିବା ପାଇଁ ଗ୍ୟାରେଜ ନିକଟକୁ ଆଣିଥିଲେ । ପୋଲିସ ସେଠାରୁ କାରକୁ ଜବତ କରି ଥାନାକୁ ଆଣିଥିଲା । ସେହିପରି ଦୁର୍ବୃତ୍ତ ଛାଡି ପଳାଇଥିବା ବୋଲେରୋ ମଧ୍ୟ ଚୋରା ଗାଡ଼ି । ସେମାନେ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରୁ ଚୋରି କରିଥିବା ସ୍ପଷ୍ଟ ହୋଇଥିଲା ।

Leave a Reply

Your email address will not be published. Required fields are marked *