ବଢିଲା ଜୁଏଲ ଓରାମଙ୍କ ଅଡୁଆ,ନ୍ୟାୟ ପାଇଁ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଯୁବନେତ୍ରୀ ଗୌରୀ

ଭୁବନେଶ୍ୱର:- ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମଙ୍କ ପାଇଁ ବଡୁଛି ଅଡୁଆ । ଯୁବନେତ୍ରୀ ଗୌରୀ ମଣ୍ଡାରୀଙ୍କୁ ଯେଉଁ ଅଶ୍ଲୀଳ ଇଙ୍ଗିତ କରିଥିଲେ ତାହା ତାଙ୍କ ପାଇଁ କାଳ ହେଉଛି । ନ୍ୟାୟ ପାଇଁ ଯୁବନେତ୍ରୀ ଗୌରୀ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ମହିଳା କମିଶନରଙ୍କୁ ଏକ ଅଭିଯୋଗ ପତ୍ର ଦେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏହି ଅଭିଯୋଗ ଆଧାରରେ ପଦେକ୍ଷପ ନେବାକୁ ମହିଳା କମିଶନ ଅଧ୍ୟକ୍ଷା ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ପୂର୍ବରୁ ସେ ଝିରପାଣି ଥାନାରେ ଜୁଏଲଙ୍କ ନାମରେ ଅଭିଯୋଗ କରିଥିଲେ । ଯେଉଁ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଦଫା ୨୯୪ ଓ ୫୦୯ରେ ମାମଲା ତଦନ୍ତ କରୁଛି । ଜୁଏଲ ଓରାମ ନିଜ ଦଳର ଯୁବନେତ୍ରୀ ଗୌରୀ ମଣ୍ଡାରୀଙ୍କୁ ଫୋନ୍‌ରେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଓ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିଲେ ବୋଲି ଗୌରୀ କହିଛନ୍ତି । ହେଲେ ଜୁଏଲଙ୍କ ଏଭଳି ବ୍ୟବହାର ତାଙ୍କ ବ୍ୟଥିତ କରିଛି । ଜଣେ ରାଜନେତାଙ୍କ କ୍ଷେତ୍ରରେ ମହିଳାଙ୍କ ଏଭଳି ବ୍ୟବହାର ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି । ତେବେ ଜୁଏଲଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *