ସୁନ୍ଦରପଦା ଦୀପକ ହତ୍ୟା ମାମଲା,ଆଉ 2 ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ
ଭୁବନେଶ୍ୱର :- ସୁନ୍ଦରପଦା ଦୀପକ ରାଉତରାୟ ହତ୍ୟା ମାମଲାରେ ୩ ଅଭିଯୁକ୍ତ ବିକି ମଲିଆ, ଗୁନୁ ମଲିଆ ଓ ସୁଜିତ ପଣ୍ଡାଙ୍କ ୫ ଦିନିଆ ରିମାଣ୍ଡ ଆଜି ଶେଷ ହୋଇଛି । ପୁଲିସ ସେମାନଙ୍କୁ କୋର୍ଟରେ ହାଜର କରି ଜେଲ ପଠାଇବ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ବୟାନ୍ ଆଧାରରେ ପୁଲିସ ଏହି ହତ୍ୟାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ସେମାନଙ୍କୁ ମଧ୍ୟରୁ ଖୋର୍ଦ୍ଧାରେ ଚଢଉ କରି ପୁଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରିିଛି । ସେମାନଙ୍କ ଠାରୁ ପୁଲିସ ଖଣ୍ଡା,ଲୁହାରଡ଼ ଜବତ କରିଛି । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ପୂର୍ବ ଶତ୍ରୁୂତାକୁ କେନ୍ଦ୍ର କରି ଏଭଳି ହତ୍ୟା ହୋଇଛି । ପୋଖରୀର ନିକଟରେ ଭୋଜି କରିବାକୁ ନେଇ ଅନେକ ଥର ଦିପୁ ସହ ହତ୍ୟାକାରୀଙ୍କ ମଧ୍ୟ ଗଣ୍ଡଗୋଳ ହୋଇଛି । ଏହାକୁ କେନ୍ଦ୍ର କରି ଦୀପୁ ଉପରେ ପ୍ରତିଶୋଧ ନେବାକୁ ଅଭିଯୁକ୍ତମାନେ ମଉକା ଖୋଜୁଥିଲେ । ଏହି ମଉକା ନୂଆ ବର୍ଷର ପ୍ରଥମ ରାତିରେ ମିଳିଥିଲା । ସେଠାରେ ଗୋଟିଏ ଗୋଷ୍ଠୀ ଭୋଜି କରୁଥିବା ବେଳେ ଜାଣିଶୁଣି ହତ୍ୟାକାରୀ ଗୋଷ୍ଠୀ ପାଟିତୁଣ୍ଡ କରିଥିଲେ । ଯାହାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳକୁ ଦୀପୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ପରବର୍ତ୍ତି ସମୟରେ ଦୀପକକୁ ଏକଲା ପାଇଁ ଖଣ୍ଡା, ଲୁହାରଡ଼ରେ ଆକ୍ରମଣ କରିଥିଲେ । କୋର୍ଟରେ ଆତ୍ମସପର୍ମଣ କରିଥିବା ୩ଅଭିଯୁକ୍ତ ଖୋର୍ଦ୍ଧା ଜଣେ ବନ୍ଧୁଙ୍କ ଘରକୁ ପଳାଇଥିଲେ । ସେଠାରୁ ସେ ଓକିଲଙ୍କ ସହ ଯୋଗାଯୋଗ ରଖି କୋର୍ଟରେ ଅ।।ତ୍ମସମର୍ପଣ କରିଥିଲେ ।










