ହାଇଟେକ୍ ଠକ ସ୍କୃତିରଞ୍ଜନ ବନ୍ଧା ହେବା ମାମଲା,ଆକାଉଣ୍ଟ ଯାଞ୍ଚ ପାଇଁ ୩ଟି ବ୍ୟାଙ୍କ୍କୁ ଚିଠି
ଭୁବନେଶ୍ୱର :- ନକଲି ପରିଚୟପତ୍ର ଦେଇ ଅନ୍ୟା ନାମରେ ବ୍ୟାଙ୍କ୍ରୁ ଋଣ ଉଠାଇବା ମାମଲାରେ ଗିରଫ ହୋଇଥିବା ସ୍କୃତିରଞ୍ଜନ ସାହୁଙ୍କ(୩୭)ଙ୍କ ନାମରେ ପୁଣି ମଞ୍ଚେଶ୍ୱର ଥାନାରେ ୩ଟି ଅଭିଯୋଗ ହୋଇଛି । ଏକାଧିକ ଲୋକଙ୍କୁ ଚାକିରି ଏବଂ ଲୋନ୍ କରାଇବା ଆଳରେ ଠକିିଛି । ତାର ଆକାଉଣ୍ଟରେ କେତେ ଟଙ୍କା ରହିଛି, ତାହା ଜାଣିବା ପାଇଁ ପୁଲିସ ୩ଟି ରାଷ୍ଟ୍ରାୟତ ବ୍ୟାଙ୍କ୍କୁ ଚିଠି ଲେଖିଛି । ସ୍କୃତିରଞ୍ଜନ ଆକାଉଣ୍ଟର ସମସ୍ତ ତଥ୍ୟ ଏବଂ ତାଙ୍କ ନାମରେ କେତୋଟି ଲକ୍ର ରହିଛି, ତାହା ତଥ୍ୟ ଦେବାକୁ ଚିଠିରେ ଲେଖାଯାଇଛି । ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତକୁ ପୁଲିସ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ମଙ୍ଗଳବାର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଛି । କୋର୍ଟଙ୍କ ଅନୁମତି ପରେ ପୁଲିସ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଜଣାପଡିଛ ।
ସ୍କୃତିରଞ୍ଜନ ପଛରେ ଏକ ରାକେଟ୍ କାମ କରୁଥିବା ପୁଲିସ ସନ୍ଦେହ କରୁଛି । କାରଣ ଜଣେ ଏତେ ଗୁଡ଼ା ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ଅସମ୍ଭବ । ତେଣୁ କୌଣସି ଏକ କମ୍ପ୍ୟୁଟର ଦୋକାନୀ ଅଭିଯୁକ୍ତ ସ୍କୃତିରଞ୍ଜନ ସହ ଲିଙ୍କ୍ରେ ରହିଥିଲେ । ସେଠାରୁ ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ବ୍ୟାଙ୍କ୍ରୁ ଲୋନ୍ ଉଠାଉଥିଲେ । ତେଣୁ ଏହି କମ୍ପ୍ୟୁଟର ଦୋକାନୀଙ୍କୁ ଧରିବା ପାଇଁ ପୁଲିସ ତନାଘନା କରୁଛି ।