୬୦ ଦିନରେ ଚାର୍ଜସିଟ୍ ଦାଖଲ କରିପାରିଲାନି ଭିଜିଲାନ୍ସ,ଜାମିନ୍ରେ ମୁକୁଳିଲେ କଳାଧନର କୁବେର ପ୍ରତାପ
ଭୁବନେଶ୍ୱର:- ଓଡ଼ିଶା ଭିଜିଲାନ୍ସ ୬୦ ଦିନ ଭିତରେ ପ୍ରତାପଙ୍କ ବିରୋଧରେ ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରି ପାରିଲା ନାହିଁ । ଯେଉଁଥି ପାଇଁ ଭିଜିଲାନ୍ସ କୋର୍ଟ ସିଆରପିସି ୧୬୭(୨) ଅନୁଯାୟୀ ପ୍ରତାଙ୍କୁ ଜାମିନ୍ ଦେଇଛନ୍ତି । କୋର୍ଟରେ ମାମଲା ଚାଲୁଥିବା ସମୟରେ ଭିଜିଲାନ୍ସ ଆଉ ଗିରଫ କରି ପାରିବ ନାହିଁ । ବଡ଼ କଥା ହେଲା ଭିଜିଲାନ୍ସ ଚଢଉ କରି ବାଃ ବାଃ ହାସଲ କରୁଛି । କିନ୍ତୁ କଳାଧନ କୁବେରଙ୍କ ବିରୋଧରେ କୋର୍ଟରେ କାହିଁକି ଚାର୍ଜସିଟ୍ ଦାଖଲ କରିପାରୁନି l ନିୟମ ଅନୁସାରେ ସଜା ୧୦ ବର୍ଷରୁ ଅଧିକ ହୋଇଥିଲେ ଭିଜିଲାନ୍ସ ୧୨୦ ଦିନ ଭିତରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିପାରିବେ । କିନ୍ତୁ ସଜା ୧୦ ବର୍ଷର ତଳକୁ ଥିଲେ ଭିଜିଲାନ୍ସ ଦୁଇ ମାସ ଅର୍ଥାତ ୬୦ ଦିନ ଭିତରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବେ । କିନ୍ତୁ ପ୍ରତାପ କ୍ଷେତ୍ରରେ ଭିଜିଲାନ୍ସକୁ ୬୦ଦିନ ଭିତରେ ଚାର୍ଜସିଟ୍ ଦାଖଲ କରିବାର ଥିଲା । କିନ୍ତୁ ଭିଜିଲାନ୍ସ କୋର୍ଟରେ ଏହି ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ କରିପାରିଲା ନାହିଁ । ଯେଉଁଥି ପାଇଁ ବିଚାରପତି ମାମଲାର ଶୁଣାଣି କରି ପ୍ରତାପଙ୍କୁ ଜାମିନ୍ ପାଇ ମଙ୍ଗଳବାର ଜେଲରୁ ମୁକୁଳିଛନ୍ତି । ଏନେଇ ଭିଜିଲାନ୍ସର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ପ୍ରତାପଙ୍କ ଦୁର୍ନୀତିର ଲିଙ୍କ୍ ବହୁ ଭିତରକୁ ଯାଇଥିଲା । ତେଣୁ ଏହି ୬୦ ଦିନ ଭିତରେ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିବା ଭିଜିଲାନ୍ସ ପକ୍ଷେ ସମ୍ଭବ ନଥିଲା । ଏହାସହ କୋଭିଡ଼ କଟକଣା ଯୋଗୁ ତଦନ୍ତ ବାଧାପ୍ରାପ୍ତ ହୋଇଥିଲା ।
ସୂଚନାଯୋଗ୍ୟ, ପ୍ରତାପଙ୍କ ନାମରେ ଦୁର୍ନତୀ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଏକାକାଳୀନ ୫ଟି ସ୍ଥାନରେ ଚଢଉ କରାଯାଇଥିଲା । ଏପରିକି ଜୟଦେହବିହାର ସ୍ଥିତ ଘରେ ଭିଜିଲାନ୍ସ ଚଢଉ ସମୟରେ ପ୍ରତାପ ୨୦ଲକ୍ଷ ଟଙ୍କା ଏକ ପେଟିରେ ପୁରାଇ ଅନ୍ୟ ଘରର ଛାତ ଉପରକୁ ଫିଙ୍ଗି ଦେଇଥିଲା । ଭିଜିଲାନ୍ସ ତାଙ୍କ ଘରେ ଯାଞ୍ଚ କରିବା ପରେ ଉକ୍ତ ଟଙ୍କାକୁ ଜବତ କରିଥିଲା । ପ୍ରତାପଙ୍କ ଠାରୁ ୧୫ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।