ସୁନ୍ଦରପଦା ଦୀପକ ହତ୍ୟା ମାମଲା,ଆଜିଠୁ ୫ ଦିନିଆ ରିମାଣ୍ଡରେ ଆସିବେ ୩ଅଭିଯୁକ୍ତ

ଭୁବନେଶ୍ୱର:-ସୁନ୍ଦରପଦା ଦୀପକ ରାଉତରାୟ ହତ୍ୟା ମାମଲାରେ ୩ ଅଭିଯୁକ୍ତକୁ ଶନିବାର ଠାରୁ ରିମାଣ୍ଡରେ ନେବ ଏୟାରଫିଲ୍ଡ ଥାନା ପୁଲିସ । ୩ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିବା ବେଳେ ଶୁକ୍ରବାର କୋର୍ଟ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ୩ ଅଭିଯୁକ୍ତ ହେଲେ ବିକି ମଲିଆ, ଗୁନୁ ମଲିଆ ଓ ସୁଜିତ ପଣ୍ଡା । ପୁଲିସ ୩ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କ ନାମ ପଦାକୁ ଆସିବ ।
ନୂଆବର୍ଷ ପୂର୍ବ ଦିନ ରାତିରେ ସୁନ୍ଦରପଦାର ଏକ ପୋଖରୀ ନିକଟରେ ଭୋଜିଭାତ ହୋଇଥିଲା । ଏହି ସମୟରେ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ପରେ ଦୀପକଙ୍କୁ ହତ୍ୟା କରାଯାଇଥିଲା । ପୁଲିସ ୩ଅଭିଯୁକ୍ତଙ୍କୁ ଗିରଫ ପାଇଁ ଖୋଜୁଥିବା ବେଳେ ଅଭିଯୁକ୍ତମାନେ ପୁଲିସକୁ ଚକ୍‌ମା ଦେଇ କୋର୍ଟରେ ଆତ୍ମସମର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *