ଟାଟାର ଡିଲରସିପ୍ ଆଳରେ ୪୩ ଲକ୍ଷ ଠକେଇ,ଅଭିଯୁକ୍ତ ଗିରଫ
ଭୁବନେଶ୍ୱର:- ଟାଟା କମ୍ପାନୀର ଡିଲରସିପ୍ ଆଶାରେ ଅବସରପ୍ରାପ୍ତ ଯବାନଙ୍କୁ ୪୩ ଲକ୍ଷ ଟଙ୍କାର ଠକେର କରିବା ମାମଲାରେ ସହିଦନଗର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଶିଶୁପାଳଗଡ଼ର ଆଦର୍ଶ ସ୍ୱାଇଁ(୪୩) ।
ସୂଚନା ଅନୁସାରେ, ନିଆଳି, ନୂଆବେତଣ୍ଡା ଗ୍ରାମର ଯୁଧିଷ୍ଠିର ପରିବାର ସହ ରହୁଛନ୍ତି । ତାଙ୍କୁ ଆଦର୍ଶ ଫୋନ୍ କରି ଟାଟାର ଡିଲରସିଫ୍ କରାଇଦେବାକୁ କହିଥିଲେ । ଏପରିକି ଏହି ଡିଲରସିପ୍ ବିଷୟରେ ବୁଝିବା ପାଇଁ ଟଙ୍କାପାଣିରୋଡ୍ ନିକଟକୁ ଡାକି ତାଙ୍କର ପାନ୍ କାର୍ଡ, ଆଧାରକାର୍ଡ ଅନ୍ୟାନ ଡକ୍ୟୁମେଣ୍ଟ ମାଗି ନେଇଥିଲେ । ଡକ୍ୟୁମେଣ୍ଟ ନେବା ପରେ ଅଭିଯୁକ୍ତ ତାଙ୍କୁ ଡିଲରସିପ୍ ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଥିବାରୁ ଗାଁକୁ ଯାଇ ପଠାଇବେ ବୋଲି ଯୁଧିଷ୍ଠିର କରି ପଳାଇ ଆସିଥିଲେ । ଅଭିଯୁକ୍ତ ପୁଣି ତାଙ୍କୁ ଫୋନ୍ କରି ଟଙ୍କା ମାଗିଥିଲେ । ଟଙ୍କା ଦେଲେ ସେ କମ୍ପାନୀକୁ ଅନୁମତି ପାଇବା ପାଇଁ ପଠାଇବେ । ଏହାପରେ ଅନୁମତି ମିଳିବା ପରେ ସେ ଗୋଡାଉନ୍ ଖୋଲିବ ବୋଲି କହିଥିଲେ । ୨୦୧୯ ମସିହା ଅଗଷ୍ଟ ମାସରୁ ୨୦୨୦ ଜାନୁୟାରୀ ମାସ ମଧ୍ୟରେ ୪୩ ଲକ୍ଷ ଟଙ୍କା ଯୁଧିଷ୍ଠିର ତାଙ୍କୁ ଦେଇଥିଲେ । ଅଭିଯୋଗକାରୀ ତାଙ୍କୁ ଡିଲରସିପ୍ ରେଜିଷ୍ଟେସନ୍ କାଗଜପତ୍ର ମାଗିବାରୁ ଅଭିଯୁକ୍ତ ଆଜି କାଲି କହି ଦିନ ଗଡ଼ାଉଛି । ଶେଷରେ ୨୦୨୦ ଜୁନୟାରୀ ମାସରୁ ଫୋନ୍ ବନ୍ଦ କରି ଫେରାର ରହିଥିଲା । ଶେଷରେ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଆଦର୍ଶକୁ ଗିରଫ କରିଛି ।