ନୂଆ ଡିସିପିଙ୍କ ଫ୍ରି ଲେଫ୍ଟ ପାସେଜ ଫର୍ମୁଲା,ଦୂର ହେବ କି ଟ୍ରାଫିକ୍ ସମସ୍ୟା

ଭୁବନେଶ୍ୱର :-ନୂଆ ଟ୍ରାଫିକ୍ ଡିସିପି ଏସ୍‌.ଶୁଶ୍ରୀ ଯୋଗଦେବା ପରେ ଆକ୍ସନମୁଡ୍‌କୁ ଆସିଛନ୍ତି । ପ୍ରଥମ ଦିନରେ ସେ ରାଜଧାନୀର ଏକାଧିକ ଟ୍ରାଫିକ୍ ପୋଷ୍ଠକୁ ଯାଇ ଟ୍ରାଫିକ୍ ବ୍ୟବସ୍ଥା ଯାଞ୍ଚ କରିଥିଲେ । ଟ୍ରାଫିକ୍‍ ସମସ୍ୟା ଦୂର ହେବା ପାଇଁ ସୁଶ୍ରୀ ଆରମ୍ଭ କରିଛନ୍ତି ନୂଆ ରଣନୀତି । ରାଜଧାନୀର ଶିଶୁଭବନ ଛକ, ଏଜି ଛକ, ନାଲକୋ ଛକ, କିଟ୍ ଛକ, ଡମଣା ଛକ ଭଳି ସ୍ଥାନର ବାମ ପାର୍ଶ ବା ଲେଫ୍ଟ ଲେନ୍ ଅନେକ ସମୟରେ ଗହଳି ରହୁଥିବା ଦେଖାଦେଇଛି । ଲୋକମାନେ ଅଯଥାରେ ରାସ୍ତାର ପୁରାଭାଗରେ ଅଟକି ରହି ରାସ୍ତା ଜାମ୍ କରୁଛନ୍ତି । ଦୀର୍ଘ ସମୟ ଧରି ବାମ ପାର୍ଶରେ ଠିଆ ହେବା ଦ୍ୱାରା ବାମକୁ ଯିବାକୁ ଥିବା ଚାଳକ ଅଯଥାରେ ହଇରାଣରେ ପଡୁଛନ୍ତି । ବିଶେଷ କରି ଆମ୍ବୁଲାନ୍ସ ମଧ୍ୟ ଯାତାୟତ କରିବାରେ ସମସ୍ୟା ହେଉଛି । ତେଣୁ ଏବେ ଫ୍ରି ଲେଫ୍ଟ ପାସେଜ ପାଇଁ ଟ୍ରାଫିକ୍ ଡିସିପି ଗୁରୁତ୍ୱ ଦେଇଛନ୍ତି । ଫଳରେ ବାମକୁ ଯିବା ଲୋକ ସହଜରେ ନିଜ ରାସ୍ତାରେ ଯାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଏଜି ଛକରେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ଲେଫ୍ଟ ଫ୍ରି ୱେ ନଛାଡ଼ିଲେ ୧୦ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ବୋଲି ଟ୍ରାଫିକ ଡିସିପି କହିଛନ୍ତି । ଲୋକଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଦୋକାନ ମଲ୍ କର୍ତ୍ତୃପକ୍ଷ ଓ ହସ୍ପିଟାଲ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ଟ୍ରାଫିକ୍ ଡିସିପି । ଏହିସବୁ ବଡ଼ ଦୋକାନ ବା ମଲ୍ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ବଡ଼ ସାଇନେଜ ଓ ହୋର୍ଡିଂ ଲଗାଇବାକୁ ଯୋଜନା କରାଯାଇଛି । ପରବର୍ତ୍ତି ସମୟରେ ଏଥିଲାଗି ଜୋରଦାର ଏନ୍‌ଫୋର୍ସମେଣ୍ଟ କରାଯିବ । ଯେଉଁମାନେ ମୁଖ୍ୟ ଛକ ମାନଙ୍କରେ ବାମ ପାଶ୍ୱର୍କୁ ଅଟକିଥିଲେ ସେମାନଙ୍କ ଠାରୁ ମୋଟାରକମର ଜରିମାନା ଆଦାୟ ହେବ । ସେହିପରି ଜେବ୍ରା କ୍ରସିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଯେଉଁମାନେ ଜେବ୍ରା କ୍ରସିଂ ଆଗକୁ ଯାଇଥିଲେ ସେମାନଙ୍କୁ ମଧ୍ୟ ଜରିମାନା କରାଯିବ ।

Leave a Reply

Your email address will not be published. Required fields are marked *