ଟାଟାର ଡିଲରସିପ୍ ପାଇବା ଆଶାରେ ଅବସରପ୍ରାପ୍ତ ଯବାନ ୪୩ଲକ୍ଷ ଠକେଇ

ଭୁବନେଶ୍ୱର:- ଟାଟା କମ୍ପାନୀର ଡିଲରସିପ୍ ଆଶାରେ ଅବସରପ୍ରାପ୍ତ ଯବାନ ୪୩ ଲକ୍ଷ ଟଙ୍କାର ଠକେର ଶିକାର ହୋଇଛନ୍ତି । ଠକେଇର ଶିକାର ହୋଇଥିବା ନିଆଳିର ଯୁଧିଷ୍ଠିର ଲେଙ୍କା ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ନିଆଳି, ନୂଆବେତଣ୍ଡା ଗ୍ରାମର ଯୁଧିଷ୍ଠିର ପରିବାର ସହ ରହୁଛନ୍ତି । ତାଙ୍କୁ ଆଦର୍ଶ କୁମାର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଫୋନ୍ କରି ଟାଟାର ଡିଲରସିଫ୍ କରାଇଦେବାକୁ କହିଥିଲେ । ଏପରିକି ଏହି ଡିଲରସିପ୍ ବିଷୟରେ ବୁଝିବା ପାଇଁ ଟଙ୍କାପାଣିରୋଡ୍ ନିକଟକୁ ଆସିବାକୁ କହିଥିଲେ । ଯୁଧିଷ୍ଠିର ଆସିବା ପରେ ଅଭିଯୁକ୍ତି ତାଙ୍କର ପାନ୍ କାର୍ଡ, ଆଧାରକାର୍ଡ ଅନ୍ୟାନ ଡକ୍ୟୁମେଣ୍ଟ ମାଗି ନେଇଥିଲେ । ଡକ୍ୟୁମେଣ୍ଟ ନେବା ପରେ ଅଭିଯୁକ୍ତ ତାଙ୍କୁ ଡିଲରସିପ୍ ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଥିବାରୁ ଗାଁକୁ ଯାଇ ପଠାଇବେ ବୋଲି ଯୁଧିଷ୍ଠିର କରି ପଳାଇ ଆସିଥିଲେ । ଅଭିଯୁକ୍ତ ପୁଣି ତାଙ୍କୁ ଫୋନ୍ କରି ଟଙ୍କା ମାଗିଥିଲେ । ଟଙ୍କା ଦେଲେ ସେ କମ୍ପାନୀକୁ ଅନୁମତି ପାଇବା ପାଇଁ ପଠାଇବେ । ଏହାପରେ ଅନୁମତି ମିଳିବା ପରେ ସେ ଗୋଡାଉନ୍ ଖୋଲିବ ବୋଲି କହିଥିଲେ । ୨୦୧୯ ମସିହା ଅଗଷ୍ଟ ମାସରୁ ୨୦୨୦ ଜାନୁୟାରୀ ମାସ ମଧ୍ୟରେ ୪୩ ଲକ୍ଷ ଟଙ୍କା ଯୁଧିଷ୍ଠିର ତାଙ୍କୁ ଦେଇଥିଲେ । ଅଭିଯୋଗକାରୀ ତାଙ୍କୁ ଡିଲରସିପ୍ ରେଜିଷ୍ଟେସନ୍ କାଗଜପତ୍ର ମାଗିବାରୁ ଅଭିଯୁକ୍ତ ଆଜି କାଲି କହି ଦିନ ଗଡ଼ାଉଛି । ଶେଷରେ ଯୁଧିଷ୍ଠିର ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *